ସମ୍ବଲପୁର: ସିଂଗାପୁର ଓପନ ବର୍ଷିଆନ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ୍ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ପଦକ ଲାଭ କରିଛନ୍ତି। ଏଥିରେ ୬୫ ବର୍ଷରୁ ଊର୍ଧ୍ବ ବସୟ ବର୍ଗରେ ପ୍ରେମରଂଜନ ପ୍ରଧାନ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ରୌପ୍ୟ ଓ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ କାଂସ୍ୟ ପଦକ ପାଇଥିଲେ। ସେହି ୬୫ ବର୍ଷରୁ ଊର୍ଧ୍ବ ବର୍ଗରେ ହରେକୃଷ୍ଣ ପଣ୍ଡା ୫୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ଲାଭ କରିଥିଲେ। ସେହିପରି ୭୦ ବର୍ଷରୁ ଊର୍ଧ୍ବ ବୟସ ବର୍ଗରେ ନାରାୟଣ ପଣ୍ଡା ୫୦ ମିଟର ଫ୍ରି-ଷ୍ଟାଇଲ ଓ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗୀଙ୍କୁ ସେମାନଙ୍କ ସଫଳତା ପାଇଁ ଅନ୍ତର୍ଜାତୀୟ ମାଷ୍ଟର୍ସ କ୍ରୀଡ଼ାବିତ ସୁନ୍ଦରମଣି ବାରିକ, ରାଜ୍ୟ ସନ୍ତରଣ ସଂଘ ଓ ମାଷ୍ଟର୍ସ ସୁଇମର୍ସ କ୍ଲବ୍ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ସିଂଗାପୁର ଓପନ୍ ସନ୍ତରଣ: ୩ ଓଡ଼ିଆଙ୍କୁ ପଦକ
/sambad/media/post_attachments/wp-content/uploads/2019/11/fg4xf9gh7f89xh7f8h4fx56h4f56h46d5h4d6hdhfhdfdfdfdfdfdfdfdf.jpg)