ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ା, କାନୋସ୍ପ୍ରିଣ୍ଟରୁ ଆସିଲା ୩ ପଦକ

ଭୁବନେଶ୍ବର: ଭୋପାଳର ଅପର ଲେକ୍‌ରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ା କାନୋସ୍ପ୍ରିଣ୍ଟର ପ୍ରଥମ ଦିନରେ ଓଡ଼ିଶାକୁ ୩ ପଦକ ମିଳିଛି। ୧୦୦୦ ମିଟର କେ-୨ରେ ଓଡ଼ିଶାର ଇରମ୍‌ ବୋରିସ୍‌ ସିଂହ ଓ ଟି. ଗାସେପମ୍‌ଙ୍କ ଯୋଡ଼ି ୩.୫୫.୬୪୦ ମିନିଟ୍‌ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ମଧ୍ୟପ୍ରଦେଶର ଯୋଡ଼ି ପ୍ରଥମ ଓ ତେଲେଙ୍ଗାନାର ଯୋଡ଼ି ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ସି-୨ରେ ଓଡ଼ିଶାର ଅବିନାଶ ସିଂହ ସିଂଘମ୍‌ ଓ ପି. ବୋରିସ୍‌ ସିଂହଙ୍କ ଯୋଡ଼ି ୪.୩୧.୯୨ ମିନିଟ୍‌ ସମୟ ସହ କାଂସ୍ୟ ପଦକ ଜିତିଛନ୍ତି। ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଖେଳାଳିମାନେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ। କେ-୧ରେ ଟି. ଗାସେପମ୍‌ (୪.୩୦.୪୩୫) କାଂସ୍ୟ ଜିତି ବ୍ୟକ୍ତିଗତ ଦ୍ବିତୀୟ ପଦକ ହାସଲ କରିଥିଲେ। ଏହି ଇଭେଣ୍ଟରେ ମଧ୍ୟପ୍ରଦେଶର ନିତିନ ବର୍ମା ପ୍ରଥମ ଓ ରାଜସ୍ଥାନର ହର୍ଷବର୍ଦ୍ଧନ ସିଂହ ଶେଖାୱତ ଦ୍ବିତୀୟ ହୋଇଥିଲେ।

ସମ୍ବନ୍ଧିତ ଖବର