ଜାତୀୟ ପାରା କନିଷ୍ଠ ଓ ଉପକନିଷ୍ଠ ଦୌଡ଼କୁଦ, ଓଡ଼ିଶାକୁ ୩ ପଦକ

ଭୁବନେଶ୍ବର: ଗୁଜରାଟରେ ଆୟୋଜିତ ଜାତୀୟ ପାରା କନିଷ୍ଠ ଓ ଉପକନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସହ ମୋଟ ୩ ପଦକ ମିଳିଛି। ସତ୍ୟନାରାୟଣ ଜେନା ସ୍ବର୍ଣ୍ଣ ଜିତିଥିଲା ବେଳେ ଅବିନାଶ ସଉରା ଦୁଇଟି (ରୌପ୍ୟ,କାଂସ୍ୟ) ପଦକ ଜିତିଥିଲେ। ୧୭ ବର୍ଷରୁ କମ୍‌ ସଟ୍‌ପୁଟ୍‌ରେ ସତ୍ୟନାରାୟଣ ୮.୧୮ ମିଟର୍‌ ସଟ୍‌ପୁଟ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୧୯ ବର୍ଷରୁ କମ୍‌ ଟି-୧୧ ବର୍ଗ‌ ୧୦୦ ମିଟର ରେସ୍‌କୁ ଅବିନାଶ ୧୩.୭୭ ସେକେଣ୍ଡରେ ଶେଷ କରି ରୌପ୍ୟ ଏବଂ ୪.୫୯ ମିଟର ଲଙ୍ଗ ଜମ୍ପ୍‌ କରି କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର