ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଦଳରେ ୩ ନୂଆ ମୁହଁ

କେପ୍‌ଟାଉନ୍‌: ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ ଲେଖାଏଁ ଟ୍ବେଣ୍ଟି-୨୦, ଟେଷ୍ଟ୍‌ ଏବଂ ଦିନିକିଆ ଶୃଙ୍ଖଳା ଖେଳିବ। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଓ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଦଳ ଘୋଷିତ ହୋଇଛି। ୧୫ ଜଣିଆ ଟେଷ୍ଟ୍‌ ଦଳରେ ୩ ଜଣ ନୂଆ ମୁହଁ ଦ୍ରୁତ ବୋଲର ଆନ୍‌ରିଚ୍‌ ନୋର୍ଜେ, ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ରୁଡି ସେକଣ୍ଡ ଏବଂ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ସେନୁରାନ ମୁଥୁସାମିଙ୍କୁ ସ୍ଥାନ ମିଳିଛି। ଫାଫ୍‌ ଡୁ ପ୍ଲେସିସ୍‌ ଟେଷ୍ଟ୍‌ ଏବଂ କ୍ବିଣ୍ଟନ୍‌ ଡି’କକ୍‌ ଟ୍ବେଣ୍ଟି ଦଳର ଅଧିନାୟକ ରହିଛନ୍ତି।

ଟେଷ୍ଟ୍‌ ଦଳ: ଫାଫ୍‌ ଡୁ‌’ପ୍ଲେସିସ୍‌ (ଅଧିନାୟକ), ତେମ୍ବା ବାଭୁମା, ଥିଉନିସ ଡି’ବ୍ରୁନ୍‌, କ୍ବିଣ୍ଟନ ଡି’କକ୍‌, ଡିଅନ୍‌ ଏଲ୍‌ଗର, କେଶବ ମହାରାଜ, ଏଦିନ ମାର୍କ୍ରମ, ସେନୁରାନ ମୁଥୁସାମି, ଲୁଙ୍ଗି ଏନ୍‌ଗିଡି, ଆନ୍‌ରିଜ୍‌ ନୋ‌ର୍ଜେ, ଭେର୍ନନ ଫିଲାଣ୍ଡର, ଡାନେ ପିଡ୍‌, କାଗିସୋ ରବାଦା, ରୁଡି ସେକଣ୍ଡ।

ଟ୍ବେଣ୍ଟି-୨୦ ଦଳ: କ୍ବିଣ୍ଟନ ଡି’କକ୍‌ (ଅଧିନାୟକ), ରସି ଭାନ ଡର ଦସନ, ତେମ୍ବା ବାଭୁମା, ଜୁନିଅର ଦାଲା, ବିଜର୍ନ ଫର୍ଚୁନ୍‌, ‌ବ୍ୟୁରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଆନ୍‌ରିଜ୍‌ ନୋ‌ର୍ଜେ, ଆନ୍ଦିଲେ ଫେଲୁକ୍ବାଓ, ଡ୍ବାନ୍‌ ପ୍ରିଟୋରିୟସ୍‌, କାଗିସୋ ରବାଦା, ତାବ୍ରେଜ ସାମ୍‌ସି, ଜନ୍‌-ଜନ୍‌ ସ୍ମୁଟ୍ସ।

ସମ୍ବନ୍ଧିତ ଖବର