ଭୁବନେଶ୍ବର : ଭାରତୀୟ ବାଳିକା (୧୭ ବର୍ଷରୁ କମ୍) ଫୁଟ୍ବଲ୍ ଦଳର ପ୍ରସ୍ତୁତି ତଥା ପ୍ରଶିକ୍ଷଣ ଶିବିର ଗୋଆର ଜବାହରଲାଲ ନେହରୁ ଷ୍ଟାଡିୟମ୍ (ମାର୍ଗାଓ)ରେ ଜାନୁଆରି ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଶିବିର ପାଇଁ ସର୍ବଭାରତୀୟ ଫୁଟ୍ବଲ ସଂଘ ଓଡ଼ିଶାର ୩ ବାଳିକାଙ୍କୁ ମନୋନୀତ କରିଛି ବୋଲି ଓଡ଼ିଶା ଫୁଟ୍ବଲ ସଂଘର ସଂପାଦକ ଦାୟିତ୍ବରେ ଥିବା ଅଭିଜିତ ପଲ୍ ଜଣାଇଛନ୍ତି। ସେମାନେ ହେଲେ ମଞ୍ଜୁ ଗଞ୍ଝୁ ଓ ମନୀଷା ନାଏକ (ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ) ଏବଂ ଜ୍ୟୋତି କୁମାରୀ (ସାଇ-ଏସ୍ଟିସି, କଟକ)।
ଭାରତୀୟ ବାଳିକା ଫୁଟ୍ବଲ୍ ଶିବିରରେ ୩ ଓଡ଼ିଆ
/sambad/media/post_attachments/wp-content/uploads/2020/01/football-player.jpg)