ଜାତୀୟ କନିଷ୍ଠ ମହିଳା ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ୩

ଫେଡେରେସନ୍ କପ୍ ଶକ୍ତିଉତ୍ତୋଳନ ପାଇଁ ପିଏଓ ଦଳ

ଭୁବନେଶ୍ବର : ଗତ ସୋମବାରଠୁ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ ମହିଳା ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ୩ ଜଣ ମାରିଆନା କୁଜୁର, ଅଜ୍‌ମିନା କୁଜୁର (ମଧ୍ୟଭାଗ) ଓ ଜୀବନ କିଶୋରୀ ଟପ୍ପୋ (ପୂରୋଭାଗ) ସ୍ଥାନ ପାଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଗତ ସୋମବାର ଏହି ଶିବିର ଲାଗି ୩୭ ଜଣଙ୍କ ନାମ ଘୋ‌ଷିତ ହୋଇଥିଲା। ନିକଟରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଅଷ୍ଟ୍ରେଲିଆକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ଆହୁରି ଉନ୍ନତି ଏବଂ ଚଳିତ ବର୍ଷ ଭଲ ଫଳ ଆଣିବା ଲାଗି ଖେଳାଳିମାନଙ୍କ ପାଇଁ ଏଭଳି ପ୍ରଶିକ୍ଷଣ ଶିବିର ଅୟୋଜିତ କରାଯାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ଶିବିର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ଠାରେ ଚାଲିଛି।

ଫେଡେରେସନ୍ କପ୍ ଶକ୍ତିଉତ୍ତୋଳନ ପାଇଁ ପିଏଓ ଦଳ
ଭୁବନେଶ୍ବର : ଦିଲ୍ଲୀରେ ଚଳିତ ମାସ ୧୪ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଫେଡେରେସନ୍ କପ୍ ଜାତୀୟ ବେଞ୍ଚପ୍ରେସ୍ ଓ ଡେଡ୍‌ ଲିଫ୍ଟ ଶକ୍ତିଉତ୍ତୋଳନ ପାଇଁ ପାୱାରଲିଫ୍ଟିଂ ଆସୋସିଏସନ୍ ଅଫ୍ ଓଡ଼ିଶା (ପିଏଓ) ଦଳ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ସମୀର ବିଶ୍ବାଳ, ଦେବାଶିଷ ମହାନ୍ତି, ସୋମନାଥ ପଟ୍ଟନାୟକ, ପ୍ରିୟମ୍ବଦା ପରିଡ଼ା, ବସନ୍ତ ପ୍ରଧାନ, ଅଫଜଲ ଖାନ୍, ଶୁଭ ନାରାୟଣ ନାୟକ, ନରେଶ ଅମରଜୀ, ଜୱାଦ ଅହମ୍ମଦ, ଧନେଶ୍ବର ନାୟକ, ବିକ୍ରମ ମହାରଣା, ସୁଦୀପ କୁମାର ମହାରଣା, ନିଖିଳ ରଞ୍ଜନ ବେହେରା, ଶୁଭଶ୍ରୀ ପଣ୍ଡା। ସଂଗ୍ରାମ କୁମାର ବେହେରା (ପ୍ରବନ୍ଧକ), ଜାଭେଦ ଅର୍ସଦ (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର