ଭୁବନେଶ୍ବର: ବେଙ୍ଗାଲୁରୁ ସାଇ କେନ୍ଦ୍ରଠାରେ ସୋମବାରଠାରୁ ଆରମ୍ଭ ହେଉଥିବା ଜାତୀୟ କନିଷ୍ଠ ମହିଳା ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାରିଆନା କୁଜୁର, ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ। ୩୩ ଜଣ ଖେଳାଳିଙ୍କୁ ନେଇ ଚାଲିବାକୁ ଥିବା ଏହି ଶିବିର ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରୁ ଆୟର୍ଲାଣ୍ଡରେ ଖେଳାଯିବାକୁ ଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତା ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯିବ। ଏହି ପ୍ରତିଯୋଗିତାରେ ଆୟୋଜକ ଆୟର୍ଲାଣ୍ଡ ସହ ଭାରତ, କାନାଡା ଓ ସ୍କଟ୍ଲାଣ୍ଡ ଖେଳିବେ। ପ୍ରଶିକ୍ଷକ ବଲଜିତ୍ ସିଂହ ଶିବିର ପରିଚାଳନା କରିବେ।
ଜାତୀୟ ହକି ଶିବିରରେ ୩ ଓଡ଼ିଆ
/sambad/media/post_attachments/wp-content/uploads/2019/05/Untitled-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)