ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ସ୍ପେଶାଲ ଅଲିମ୍ପିକ୍ସ ଭାରତ ପକ୍ଷରୁ ମେଘାଳୟର ସିଲଂଠାରେ ରବିବାରଠାରୁ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଟେବୁଲ ଟେନିସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩ ଜଣ ଓଡ଼ିଆ ଯୁବତୀ ଭାଗନେବେ। ଏହି ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ସ୍ବତନ୍ତ୍ର ଶିକ୍ଷକ ଅମିତା ଜେନା, ଓପନ ଲର୍ଣିଂ ସିଷ୍ଟମ୍ର ସସ୍ମିତା ମହାପାତ୍ର ଏବଂ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ରାଜ୍ୟ ସଂଯୋଜକ ସୁଶ୍ରୀ ଅର୍ପିତା ମହାପାତ୍ର ଏଥି ଲାଗି ସିଲଂ ଯାତ୍ରା କରିଛନ୍ତି। ଏହି ପ୍ରଶିକ୍ଷଣ ଫଳରେ ଓଡ଼ିଶାରେ ଉନ୍ନତ ମାନର ଟେବୁଲ ଟେନିସ୍ ପ୍ରଶିକ୍ଷଣ ସହିତ ଅଧିକ କ୍ରୀଡ଼ାବିତ୍ ଏହି ଖେଳରେ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିପାରିବେ ବୋଲି ସ୍ପେଶାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଆଶା ପ୍ରକାଶ କରିଛନ୍ତି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଟିଟି ପ୍ରଶିକ୍ଷଣରେ ୩ ଓଡ଼ିଆ
/sambad/media/post_attachments/wp-content/uploads/2019/11/dfh5fsh4sf987h98sf7h465sf4h5sf64hsfhhhhhhhhhhhhhhhhhh.jpg)