ଜ‌ାତୀୟ ମହିଳା ଫୁଟ୍‌ବଲ୍‌ ଶିବିରରେ ୩ ଓଡ଼ିଆ

କଟକ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସ˚ଘ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ଓଡ଼ିଶାରୁ ତିନିଜଣ ଖେଳାଳି ମନୋନୀତ ହୋଇଛନ୍ତି। ମୟୂରଭଞ୍ଜର ଯବାମଣୀ ଟୁଡୁ, ଓଡ଼ିଶା ପୁଲିସର ଆରତି ଅନିମା ଖଡ଼ିଆ, କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସୋନି ବେହେରା ଏହି ଶିବିରରେ ପ୍ରଶିକ୍ଷଣ ନେବେ। ୨୦୨୨ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଦିଲ୍ଲୀରେ ପ୍ରସ୍ତୁତି କରିବ। ଶିବିର ପରେ ଭାରତୀୟ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବା ପାଇଁ ଭିଏତନାମ ଗସ୍ତ କରିବ।

ସମ୍ବନ୍ଧିତ ଖବର