ସ୍ବତନ୍ତ୍ର ଅଲିମ୍ପିକ୍ସ ଶିଖର ସମ୍ମିଳନୀରେ ଭାଗନେଲେ ୩ ଓଡ଼ିଆ

ଭୁବନେଶ୍ବର: ଆବୁଧାବିଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ ଯୁବନେତା ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରି ଫେରିଛନ୍ତି ୩ ଓଡ଼ିଆ। ସେମାନେ ହେଲେ ବିଭାରାଣୀ ପାତ୍ର, ଇନ୍ଦ୍ରମଣି କାଣ୍ଡି ଓ ବିବେକାନନ୍ଦ ମହାନ୍ତି। ଶୁକ୍ରବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ତିନି ଜଣଙ୍କୁ ଗୀତାଞ୍ଜଳି ଏବଂ କାଞ୍ଚନ ଇଣ୍ଡିଆ ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ଏହି ନିଆରା ସଫଳତା ପାଇଁ ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ, ଅପ୍ରିତା ମହାପାତ୍ର ଓ ରଞ୍ଜନ କୁମାର ମହାପାତ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଭା ୟୁଥ ଲିଡର, ବିବେକାନନ୍ଦ ମାର୍ଗଦର୍ଶକ ଓ ଇନ୍ଦ୍ରମଣି ଆଥଲେଟ୍ ଲିଡର ଭାବେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର