କଟକ: ଓଡ଼ିଶା ଦୌଡ଼କୁଦ ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ତିନିଟି ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ ହୋଇଛି। ମହିଳା ୫୦୦୦ ମିଟର ଦୌଡ଼ରେ ସମସଦ୍ ଆରା ବେଗମ୍, ୧୬ ବର୍ଷରୁ କମ୍ ବାଳିକା ସଟ୍ପୁଟରେ ଅ˚ଶିକା ରାଉତରାୟ ଓ ୨୦ ବର୍ଷରୁ କମ୍ ବାଳିକା ଲମ୍ବଡିଆଁରେ ମନୀଷା ମେରେଲ ଏହି କୀର୍ତ୍ତିମାନ କରିଛନ୍ତି। ସମସଦ୍ ୨୦୧୭ରେ ନିଜେ କରିଥିବା ୧୮:୧୪.୯ ସେକେଣ୍ତକୁ ଏଥର ଅତିକ୍ରମ କରି ୧୭:୫୮.୮ ସେକେଣ୍ତରେ ନୂଆ କୀର୍ତ୍ତିମାନ କରିଥିଲେ। ସେହିପରି ନିଜ ନାମରେ ଥିବା ପୂର୍ବ କୀର୍ତ୍ତିମାନ ୧୧.୮୨ ମିଟରକୁ ଭାଙ୍ଗି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ କନ୍ୟା ଅ˚ଶିକା ୧୧.୯୭ ମିଟରରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ମନୀଷା ମଧ୍ୟ ୫.୭୦ ମିଟରର ପୂର୍ବ କୀର୍ତ୍ତିମାନକୁ ପାର୍ କରି ଏଥର ୫.୯୪ ମିଟର ସହ ପ୍ରଥମ ସ୍ଥାନରେ ରହିଥିଲେ।
ଅନ୍ୟ ଇଭେଣ୍ଟଗୁଡ଼ିକ ମଧ୍ୟରେ ପୁରୁଷ ୧୦୦ ମିଟର ଦୌଡ଼ରେ ଅମୀୟ ମଲ୍ଲିକ, ୫୦୦୦ ମିଟର ଦୌଡ଼ରେ ଅଶୋକ ଦଣ୍ତସେନା, ଲମ୍ବଡିଆଁରେ ଆଶିଷ କୁମାର ପାତ୍ର, ଡିସ୍କସ୍ରେ ର˚ଜନ କୁମାର ସାହୁ, ମହିଳା ୧୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ, ୮୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ଲମ୍ବଡିଆଁରେ ରୋଜି ମଲ୍ଲିକ, ଉଚ୍ଚଡିଆଁରେ ରଶ୍ମିତା ବେହେରା, ସଟ୍ପୁଟରେ ଉତ୍କଳିକା ପ୍ରିୟଦର୍ଶିନୀ, ଜାଭେଲିନ୍ରେ ପ୍ରିୟଙ୍କା ଟପ୍ପୋ ସ୍ବର୍ଣ୍ଣ ପଦକ ପାଇଛନ୍ତି। ବାଳକ ୧୪ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଦୁଲା ମାଝୀ, ଟ୍ରାଇଥଲନ୍ରେ କେଶବ ଗମାଙ୍ଗ, ୧୬ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା, ୮୦୦ ମିଟର ଦୌଡ଼ରେ ବଳଭଦ୍ର ବାତ୍ରା, ଡିସ୍କସ୍ରେ ଆଶିଷ କୁମାର ପାତ୍ର, ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଅଭିଷେକ ଦଳବେହେରା, ୮୦୦ ମିଟର ଦୌଡ଼ରେ ଜଗମୋହନ ପୂର୍ତ୍ତି, ଲମ୍ବଡିଆଁରେ ପ୍ରିୟବ୍ରତ ପଟ୍ଟନାୟକ, ଡିସକସ୍ରେ ଜ୍ୟୋତି ପ୍ରକାଶ ନାୟକ, ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ହେମନ୍ତ ସେଠ, ୮୦୦ ମିଟର ଦୌଡ଼ରେ ଦିଲ୍ଲୀପ ନାୟକ, ୫୦୦୦ ମିଟର ଦୌଡ଼ରେ ରଶ୍ମୀର˚ଜନ ନାୟକ, ଲମ୍ବଡିଆଁରେ ଯୁଗାନ୍ତର ମହାନ୍ତି, ଡିସ୍କସ୍ରେ ଲଚୁମନ ଶର୍ମା, ବାଳିକା ୧୪ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ଓ ଟ୍ରାଇଥଲନ୍ରେ ବାସନ୍ତୀ ମାଝୀ, ସଟ୍ପୁଟରେ ପ୍ରାଚୀ ମହାରଣା, ୧୬ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ରଞ୍ଜିତା ପିଙ୍ଗୁଆ, ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିସାନ, ଜାଭେଲିନ୍ରେ ସାମିୟା ମୁର୍ମୁ, ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ମର୍ମ୍ୟୁକ୍ତା ସୋରେଙ୍ଗ, ୮୦୦ ମିଟର ଦୌଡ଼ରେ ସୁସ୍ମିତା ଟିଗା, ଉଚ୍ଚଡିଆଁରେ ଦୀପା କିସାନ, ସଟ୍ପୁଟରେ ନେତ୍ରମଣି ସି˚ହ, ଜାଭେଲିନ୍ରେ ଧନମତୀ ଖେସ୍, ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ମଧୁମିତା ଦେବ, ୮୦୦ ମିଟର ଦୌଡ଼ରେ ବବିତା ସାନ୍ତା, ୫୦୦୦ ମିଟର ଦୌଡ଼ରେ ଶ୍ବେତା କୁଜୁର, ଉଚ୍ଚଡିଆଁ ଓ ଜାଭେଲିନ୍ରେ ମୋନିକା କୁଜୁର, ସଟ୍ପୁଟରେ ଲିପ୍ତି କାଦ୍ରାକା ପ୍ରଥମ ସ୍ଥାନରେ ରହିଛନ୍ତି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ରବି ନାୟକ ଉପସ୍ଥିତ ଥିଲେ। ପାଖାପାଖି ୧୬୦୦ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଛନ୍ତି। ଦୂତି ଚାନ୍ଦ ଓ ଚିତ୍ତର˚ଜନ ମହାପାତ୍ର ସମସ୍ତ କ୍ରୀଡ଼ାବିତ୍ ଓ ପ୍ରତିଯୋଗିତା ପରିଚାଳନା ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ।