ରୋହିତଙ୍କ ତୃତୀୟ ଦିନିକିଆ ଦ୍ବିଶତକକୁ ୩ ବର୍ଷ

ନୂଆଦିଲ୍ଲୀ : ଭାରତୀୟ ତାରକା ବ୍ୟ‌ାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ତୃତୀୟ ଦିନିକିଆ ଦ୍ବିଶତକକୁ ୩ ବର୍ଷ ପୁରିଯାଇଛି। ୨୦୧୭ ମସିହା ଡିସେମ୍ବର ୧୩ ତାରିଖରେ ସେ ଏହି ଐତିହାସିକ ସଫଳତା ହାତେଇଥିଲେ। ପ୍ରଥମ କ୍ରିକେଟର୍‌ ଭାବେ ଦିନିକିଆରେ ତିନିଟି ଦ୍ବିଶତକ ହାସଲ କରିବାର ଗୌରବ ବହନ କରିଥିଲେ। ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ରୋହିତ ୨୦୮ (୧୩ ଚୌକା, ୧୨ ଛକା) ରନ୍‌ର ମାରାଥନ୍‌ ପାଳି ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭରତ ୫୦ ଓଭରରେ ୩୯୨/୪ କରିଥିଲା। ଜବାବରେ ଶ୍ରୀଲଙ୍କା ୨୫୧ ରନ୍‌ କରି ୧୪୧ ରନ୍‌ରେ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର