ମେଲ୍ବର୍ଣ୍ଣ: ଆସନ୍ତା ଫେବ୍ରୁଆରି ୮ ତାରିଖରୁ ଏଠାରେ ଆରମ୍ଭ ହେବ ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତା। କରୋନା ମହାମାରୀ ଯୋଗୁଁ ଗତବର୍ଷ ଟେନିସ୍ ପ୍ରତିଯୋଗିତା ପ୍ରଭାବିତ ହୋଇଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଷ୍ଟାଡିୟମ୍ର କ୍ଷମତା ଅନୁଯାୟୀ ଅଧା ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆନ୍ ଓପନ୍ ବେଳେ ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଭିକ୍ଟୋରିଆ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ମାର୍ଟିନ୍ ପାକୁଲା ରବିବାର ସୂଚନା ଦେଇଛନ୍ତି। ପୁଣି ପ୍ରତିଯୋଗିତାର ଶେଷ ୫ ଦିନ ବେଳକୁ ମ୍ୟାଚ୍ ସଂଖ୍ୟା କମ୍ ରହୁଥିବାରୁ ଦର୍ଶକଙ୍କ ସଂଖ୍ୟା ୨୫,୦୦୦କୁ ହ୍ରାସ କରାଯିବ ବୋଲି ସେ କହିଛନ୍ତି। ପାକୁଲାଙ୍କ ଏହି ଘୋଷଣା ଫଳରେ କରୋନା ମହାମାରୀ ପରଠାରୁ କୌଣସି କ୍ରୀଡ଼ା ପ୍ରତିଯୋଗିତାରେ ସର୍ବାଧିକ ଦର୍ଶକ ଷ୍ଟାଡିୟମ୍ରେ ଖେଳ ଦେଖିବା ନିଶ୍ଚିତ ହୋଇଯାଇଛି। ତେଣୁ ମେଲ୍ବର୍ଣ୍ଣ ପାର୍କରେ ୧୪ ଦିନ ଧରି ଚାଲିବାକୁ ଥିବା ଅଷ୍ଟ୍ରେଲିଆନ୍ ଓପନ୍ରେ ମୋଟ ୩,୯୦,୦୦୦ ଦର୍ଶକ ଉପସ୍ଥିତ ରହିବେ। ଯାହାକି ଗତ ତିନି ବର୍ଷ ତୁଳନାରେ ହାରାହାରି ୫୦ ପ୍ରତିଶତ ରହିବ।
ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି
/sambad/media/post_attachments/wp-content/uploads/2021/01/gd564jd6g4j56dg4j56dg456dgj456dgj456gj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)