କୋହଲିଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୩୦୪ ରନ୍‌ ଟାର୍ଗେଟ ଦେଲା ଭାରତ

୩ୟ ଦିନିକିଆ: ଶିଖର ଧାଓ୍ଵନ୍‌ଙ୍କ ଅର୍ଦ୍ଧଶତକ

କେପ୍‌ଟାଉନ୍‌: ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ(୧୬୦ ରନ୍‌, ୧୨ ଚୌକା, ୨ଛକା) ବଳରେ ଦକ୍ଷିଣ ଆଫ୍ରିକାକୁ ୩୦୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଭାତର ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓ୍ଵିକେଟ ହରାଇ ୩୦୩ ରନ୍‌ ସଂଗ୍ରହ କରିଛି। କୋହଲି ବୁଧବାର ଦିନିକିଆ କ୍ୟାରିୟରର ୩୪ତମ ଶତକ ହାସଲ କରିଛନ୍ତି। ଭାରତର ସ୍କୋର୍‌ ୦ ରନ୍‌ ଥିବା ବେଳେ ଓପନର୍‌ ରୋହିତ ଶର୍ମା(୦) ପାଭଲିଅନ ଫେରି ଆସିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ବିରାଟ କୋହଲି ଆସିଥିଲେ। କୋହଲି ଯେତେବେଳେ କୌଣସି ରନ୍‌ ସଂଗ୍ରହ କରି ନ ଥିଲେ ସେତେବେଳେ ଏକ ଜୀବନଦାନରୁ ବଞ୍ଚି ଯାଇଥିଲେ। ଇନିଂସ ଆରମ୍ଭରୁ ଝଟକା ପାଇବା ପରେ କୋହଲି ଚତୁରତାର ସହିତ ଖେଳିଥିଲେ। ସେ ଦ୍ୱିତୀୟ ଓ୍ଵିକେଟରେ ଓପନର ଶିଖର ଧାଓ୍ଵନ୍‌ଙ୍କ ସହିତ ୧୪୦ ରନ୍‌ ଭାଗିଦାରୀ ହୋଇ ପାରିଥିଲେ। ଭୁବନେଶ୍ୱର କୁମାର ୧୯ଟି ବଲ ଖେଳି ଅପରାଜିତ ୧୬ ରନ୍‌ ସଂଗ୍ରହ କରିଛନ୍ତି।

ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ୬ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୩ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ ପାଳି ମିଳିଥିଲା। ରୋହିତ ଶର୍ମା ପ୍ରଥମ ଓଭରର ୬ଟି ବଲ ସମ୍ମୁଖୀନ ହୋଇ କାଗିସୋ ରାବଡ଼ାଙ୍କ ବଲ ହେନ୍‌ରିଚ୍‌ କାଲସେନ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ।

ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ଶିଖର ଧାଓ୍ଵନ୍‌(୭୬)। ସେ ଜେପି ଡୁମିନିଙ୍କ ବଲ ଆଇଡେନ ମାର୍କମଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ସେହିପରି ୧୬୦ ରନ୍‌ରେ ଭାରତ ୩ୟ ଓ୍ଵିକେଟ୍‌ରେ ଆଜିଙ୍କ୍ୟ ରାହାଣେ(୧୧)ଙ୍କୁ ହରାଇ ଥିବା ବେଳେ ୪ର୍ଥ ଓ୍ଵିକେଟ୍‌ରେ ୧୮୮ ରନ୍‌ରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା(୧୪)। ଡୁମିନିଙ୍କ ବଲ ଆଣ୍ଡିଲେ ଫେଲୁକଓ୍ଵାଓଙ୍କୁ କ୍ୟାଚ ଦେଇ ରାହାଣେ ଆଉଟ୍‌ ହୋଇଥିବା ବେଳେ କ୍ରିସ ମୋରିସଙ୍କ ବଲ ହେନ୍‌ରିଚ୍‌ କାଲସେନଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ।

୨୨୮ ରନ୍‌ରେ ଦକ୍ଷିଣ ଆଫ୍ରିକାର ୫ମ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି(୧୦)। ସେ । ସେହିପରି ଭାରତ ୬ଷ୍ଠ ଓ୍ଵିକେଟରେ ୨୩୬ ରନ୍‌ରେ କେଦାର ଯାଧବ(୧)ଙ୍କୁ ହରାଇଥିଲା। ଇମରାନ ତାହିରଙ୍କ ବଲ ଲୁଙ୍ଗି ନେଗଡ଼ିଙ୍କୁ କ୍ୟାଚ୍‌ ଦେଇ ଧୋନି ଆଉଟ ହୋଇଥିଲେ। ସେହିପରି ଆଣ୍ଡିଲେଙ୍କ ବଲ ହେନରିଚଙ୍କୁ କ୍ୟାଚ୍‌ ଦେଇ କେଦାର ଯାଧବ ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର