ଲାହୋର : ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆକପର ଏକ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୩୩୫ ରନର ବିଶାଳ ଲକ୍ଷ୍ୟ ରଖିଛି ବାଂଲାଦେଶ । ପ୍ରଥମ ମ୍ୟାଚ ହାରିଥିବା ବାଂଲାଦେଶ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଦଳର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିଛନ୍ତି ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ମହମ୍ମଦ ନଇମ୍ ଓ ମେହଦି ହାସନ ମିରାଜ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୦ ରନ କରି ଏକ ଭଲ ଆରମ୍ଭ କରିଥିଲେ । ନଇମ୍ ୨୮ରନ କରି ଆଉଟ ହେବା ପରେ ତୌହିଦ୍ ହ୍ରିଦୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ଉଭୟ ବ୍ୟାଟର ଶତକ ହାସଲ କରିଥିଲେ । ମିରାଜ ୧୧୨ ରନ କରି ରିଟାୟାର୍ଡ ହଟ ଓ ସାଣ୍ଟୋ ରନ ଆଉଟ ହୋଇଥିଲେ । ଏହି ଦୁଇ ବ୍ୟାଟର ପାଭିଲିୟନ ଫେରିବା ପରେ ଆସିଥିବା ମୁସ୍ତାଫିଜୁର ରହିମ ଓ ସକିବୁଲ ହସନ ମଧ୍ୟ ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ ଓ ୩୩୪ରେ ପହଞ୍ଚାଇଥିଲେ ।
ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ୍ ଓ ମୁଜିବୁର ରେହେମାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।