ଭୁବନେଶ୍ବର : କର୍ଣ୍ଣାଟକର ମହୀଶୂରଠାରେ ଚାଲିଥିବା ୩୪ତମ ସର୍ବଭାରତୀୟ ଡାକ ଦୌଡ଼କୁଦ ଏବଂ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୧ ସ୍ବର୍ଣ୍ଣ, ୪ ରୌପ୍ୟ ସହ ମୋଟ ୬ ପଦକ ଜିତିଛି। ଅନ୍ତର୍ଜାତୀୟ ଧାବିକା ରେଣୁବାଳା ମହାନ୍ତ ଏକା ୩ ପଦକ ଜିତିଥିଲେ। ଲଙ୍ଗ ଜମ୍ପ୍ରେ (୫.୦୨ ମିଟର୍), ଟ୍ରିପଲ୍ ଜମ୍ପ୍ (୯.୮ ମିଟର୍) ରୌପ୍ୟ ପଦକ ଜିତିଥିବା ବେଳେ ୧୦୦ ମିଟର୍ ଦୌଡ଼ରେ ୧୩.୦୨ ସେକେଣ୍ଡ୍ ସମୟ ନେଇ କାଂସ୍ୟ ପଦକ ଜିତିଥିଲେ। ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ ଧର୍ମେନ୍ଦର ମହାନ୍ତ (୧୧୦ ମିଟର୍ ବାଧାଦୌଡ଼, ୧୬.୬ ସେକେଣ୍ଡ୍)। ଗୋପୀନାଥ ମହାନ୍ତି ୪୦୦ ମିଟର୍ ବାଧାଦୌଡ଼କୁ ୧ ମିନିଟ୍ ୦୩.୫୩ ସେକେଣ୍ଡ୍ ସମୟ ନେଇ ରୌପ୍ୟ ପଦକ ଏବଂ ମଳୟ ରଂଜନ ପତି ହାମର ଥ୍ରୋରେ ୪୨.୭୬ ମିଟର୍ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଜିତିଥିଲେ। ୭ ଜଣିଆ ଓଡ଼ିଶା ଦଳ ପ୍ରବଂଧକ ଅମିୟ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ମହୀଶୂର ଗସ୍ତ କରିଥିଲା। ବୁଦ୍ଧୁରାମ ସିଂହ, ଦିଲ୍ଲୀପ ରାଉତ, ସୁବ୍ରତ ସିଂହ ପଦକ ଜିତି ପାରିନଥିଲେ।
ସର୍ବଭାରତୀୟ ଡାକ ଦୌଡ଼କୁଦ, ଓଡ଼ିଶାକୁ ୬ ପଦକ
/sambad/media/post_attachments/wp-content/uploads/2019/11/Daka-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)