ଭୁବନେଶ୍ବର: ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲ୍‌ଠାରେ ଏହାର ବେଲ୍ଟ ଗ୍ରେଡିଂ ପରୀକ୍ଷା ରବିବାର ଅନୁ‌ଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଡୋଜୋ ସହ ଅନ୍ୟାନ୍ୟ ଶାଖାଗୁଡ଼ିକରୁ ମୋଟ ୩୫୦ କରାଟେକା ସଫଳତାର ସହ ଉତ୍ତୀର୍ଣ୍ଣ‌ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ପରୀକ୍ଷାକୁ ସେନସାଇ ଖାରବେଳ ମଲ୍ଲିକ, କୃଷ୍ଣଚନ୍ଦ୍ର ମହାରଣା, କୃଷ୍ଣଚନ୍ଦ୍ର ନାୟକ, ମହେଶ ଡୋରା, କ୍ରିଷ୍ଣା ଶିକାରୀ, ଅନୁପମା ସ୍ବାଇଁ, ସୁସ୍ମିନି ପାଲଟାସିଂହ, ରାଜେଶ ଦାସ, ଆଶିଷ ରାଉତ, ସେନସାଇ ଅରବିନ୍ଦ ପଟ୍ଟନାୟକ, ସପନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।