ତ୍ରିନିନାଦ୍: ପ୍ରାରମ୍ଭିକ ବ୍ୟାଟର ଈଶନ କିଷନ ଓ ଶୁଭମନ୍ ଗିଲ୍ଙ୍କ ଦମ୍ଦାର ୧୪୩ ରନ୍ର ଭାଗିଦାରୀ ବଳରେ ଭାରତ ମଙ୍ଗଳବାର ୩୨୦ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୫୧ ରନ୍ କରିବା ଫଳରେ ୱେଷ୍ଟଇଣ୍ଡିଜକୁ ୩୫୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ତ୍ରିନିନାଦ୍ର ତାରୋଉବାସ୍ଥିତ ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ପାଳି ଆରମ୍ଭ କରିଥିଲେ ଈଷନ ଓ ଶୁଭମନ୍ ଗିଲ୍।
ଭାରତ ପାଇଁ ଓପନର ଶୁଭମନ ଗିଲ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୫ ରନ୍ ସଂଗ୍ରହ କରିଥିଲେ। ସେ ୯୨ଟି ବଲ୍ ଖେଲି ୧୧ଟି ମାରିଥିଲେ। ଈଶନ କିଷନଙ୍କ ବ୍ୟାଟରୁ ୭୭ ରନ୍ ଅମଳ ହୋଇଥିଲା। ସେ ୬୪ଟି ବଲ୍ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ। ସଂଜୁ ସାମସନ ୪୧ଟି ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୫୧ ରନ୍ କରିଥିଲେ।
ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡା ଅପରାଜିତ ୭୦ ରନ୍ କରିଥିଲେ। ସେ ୫୨ଟି ବଲ୍ ଖେଳି ୪ଟି ଚୌକା ଓ ୫ଟି ଛକା ମାରିଥିଲେ। ଋତୁରାଜ ଗାଏକ୍ବାର୍ଡଙ୍କ ବ୍ୟାଟରୁ ୮ ରନ୍, ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ୩୫ ରନ୍ ମିଳିଥିଲା। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩୫ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ ପାଇଁ ରୋମାରିଓ ସିପୟାର୍ଡ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ଆଲଜାରି ଯୋଶେଫ, ଗୁଡାକେଶ ମୋଇଟି ଓ ୟାନିକ୍ କ୍ୟାରିସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।