ଭୁବନେଶ୍ବର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ରବିବାର ଓଡ଼ିଶାକୁ ୭ ପଦକ (୩ ରୌପ୍ୟ, ୪ କାଂସ୍ୟ) ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୯ (୫ ସ୍ବର୍ଣ୍ଣ, ୭ ରୌପ୍ୟ, ୭ କାଂସ୍ୟ)ରେ ପହଞ୍ଚିଛି। ପେଞ୍ଚାକ ସିଲାଟରେ ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ଆସିଥିଲା ବେଳେ ଦୌଡ଼କୁଦରେ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ଏବଂ ସନ୍ତରଣରୁ କାଂସ୍ୟ ମିଳିଥିଲା। ପୁରୁଷ ରେଗୁ ଦଳ ଓ ମହିଳା ଟେଣ୍ଡିଂ ୭୦-୭୫ କେଜି ଓଜନ ବର୍ଗରେ ପ୍ଲିଜାଲିନ ତରାଇ ଏବଂ ଅଲିମ୍ପିଆନ୍ ଧାବିକା ଶ୍ରାବଣୀ ନନ୍ଦ ୧୦୦ ମିଟର ଦୌଡ଼ରେ (୧୧.୫୦ ସେକେଣ୍ଡ) ରୌପ୍ୟ ଜିତିଥିଲେ। ମହିଳା ଟେଣ୍ଡିଂ ୬୦-୬୫ କେଜି ଓଜନ ବର୍ଗରେ ଏ ଅଶ୍ବିନୀ ରାଓ, ପୁରୁଷ ଟେଣ୍ଡିଂ ୬୦-୬୫ କେଜିରେ ଯଶବନ୍ତ ଲୁହାର ଏବଂ ୧୦୦ ମିଟର ବଟରଫ୍ଲାଏ ସନ୍ତରଣରେ ସୃଷ୍ଟି ଉପାଧ୍ୟୟ, ଉଚ୍ଚ ଡିଆଁରେ ସ୍ବାଧୀନ ମାଝୀ କାଂସ୍ୟ ପାଇଥିଲେ।
୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରବିବାର ୭ ପଦକ
ଶ୍ରାବଣୀ, ପ୍ଲିଜାଲିନ, ପୁରୁଷ ରେଗୁ ଦଳକୁ ରୌପ୍ୟ: ସୃଷ୍ଟି, ଅଶ୍ବିନୀ, ଯଶୋବନ୍ତ, ସ୍ବାଧୀନଙ୍କୁ କାଂସ୍ୟ