ପୁଣେ: ବୁଧବାରର ପଞ୍ଜାବ କିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ର ତିନି ମହାରଥୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପୂର୍ବତନ ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍ ଏବଂ ସ୍ପିନ୍ କିଂବଦନ୍ତି ଅନିଲ କୁମ୍ବଲେଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳିଥିଲା। ଏମାନଙ୍କର ଏକପ୍ରକାର ମହାମିଳନ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ମଣ୍ଡଳିରେ ସଚିନ ଥିଲା ବେଳେ ଜାହିର ହେଉଛନ୍ତି କ୍ରିକେଟ୍ ନିର୍ଦ୍ଦେଶକ। ଅନ୍ୟପକ୍ଷରେ ଅନିଲ କୁମ୍ବଲେ ହେଉଛନ୍ତି ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ। ଏହି ତିନି ଜଣ ଗୋଟିଏ ଫ୍ରେମରେ ଥିବାର ଫଟୋ ପଞ୍ଜାବ କିଙ୍ଗ୍ସ ଛାଡ଼ି ତା ତଳେ ନିଆରା ଲେଖା ଲେଖିଥିଲା। ଦଳ ଲେଖିଥିଲା ଯେ ୩୯୩୮୭ ଅନ୍ତର୍ଜାତୀୟ ରନ୍ ଏବଂ ୧୭୬୭ ଅନ୍ତର୍ଜାତୀୟ ୱିକେଟ୍ ଗୋଟିଏ ଫ୍ରେମରେ। ସୂଚନାଯୋଗ୍ୟ କୁମ୍ବଲେ ଭାରତ ପକ୍ଷରୁ ୧୩୨ ଟେଷ୍ଟ୍ ଖେଳି ୬୧୯ ଏବଂ ୨୭୧ ଦିନିକିଆରୁ ୩୩୭ ୱିକେଟ୍ ନେଇଛନ୍ତି। ସେହିଭଳି ସଚିନ ନିଜ ୨୫ ବର୍ଷ ଅନ୍ତର୍ଜାତୀୟ ଖେଳ ଜୀବନ ଭିତରେ ୩୪,୦୦୦ରୁ ଅଧିକ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ୨୦୧୫ରେ ଅବସର ଘୋଷଣା କରିଥିବା ଜାହିର ୯୨ ଟେଷ୍ଟ୍, ୨୦୦ ଦିନିକିଆ ଏବଂ ୧୭ ଟ୍ବେଣ୍ଟି-୨୦ ଖେଳି ୬୧୦ ୱିକେଟ୍ କରାୟତ୍ତ କରିଛନ୍ତି।
ଗୋଟିଏ ଫ୍ରେମ୍ରେ ୩୯୩୮୭ ରନ୍, ୧୭୬୭ ୱିକେଟ୍
/sambad/media/post_attachments/wp-content/uploads/2022/04/654s6f54f65h4h65hfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)