ଆଇସିସି ମହିଳା ଦଳରେ ୩ ଭାରତୀୟ

ଦୁବାଇ: ବର୍ଷ ଶେଷ ଦିନ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ୨୦୧୮ର ଶ୍ରେଷ୍ଠ ସୀମିତ ଓଭର ମହିଳା ଦଳ ଚୟନ କରିଛି। ୧୧ ଜଣିଆ ଏହି ଦୁଇ ଦଳରେ ଭାରତୀୟ ଦଳର ତିନି ଜଣ ସାମିଲ ହୋଇଛନ୍ତି। ହର୍‌ମନ୍‌ପ୍ରୀତ୍‌ ସିଂହ ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ମନୋନୀତ ହୋଇଥିବା ବେଳେ ସ୍ମୃତି ମାନ୍ଧାନା ଓ ପୂନମ୍‌ ଯାଦବ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ତିନି ଜଣଯାକ ଟ୍ବେଣ୍ଟି-୨୦ ଦଳରେ ସାମିଲ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ସୁଗି ବେଟ୍‌ସ ଦିନିକିଆ ଦଳର ଅଧିନାୟିକା ହୋଇଛନ୍ତି। ଦିନିକିଆ ଦଳରେ ୭ ଦେଶ (ଇଂଲଣ୍ଡ୍‌, ଭାରତ, ନ୍ୟୁଜିଲାଣ୍ଡ୍‌ ଓ ଦକ୍ଷିଣ ଆଫ୍ରିକାରୁ ୨ ଲେଖାଏଁ ଏବଂ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ରୁ ଜଣେ ଲେଖାଏଁ)ର ଖେଳାଳି ସାମିଲ ଥିଲା ବେଳେ ଟ୍ବେଣ୍ଟି-୨୦ ଦଳରେ ୫ ଦେଶ (ଅଷ୍ଟ୍ରେଲିଆରୁ ୪, ଭାରତରୁ ୩, ନ୍ୟୁଜିଲାଣ୍ଡ୍‌ରୁ ୨, ଇଂଲଣ୍ଡ ଓ ବାଂଲାଦେଶରୁ ଜଣେ ଲେଖାଏଁ)ର ଖେଳାଳି ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର