୩ୟ ଦିନିକିଆ : ମାତ୍ର ୧୩ ରନ କରି ଆଉଟ ହେଲେ ଶିଖର ଧଓ୍ବନ

କଲମ୍ବୋ : ସ୍ଥାନୀୟ ଆର.ପ୍ରେମଦାସା ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଟସ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରୁଛି । ସର୍ବଶେଷ ଖବର ମିଳିବା ପର୍ୟ୍ୟନ୍ତ ଭାରତ ୮ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ ସଂଗ୍ରହ କରିଛି । ତେବେ ଅଧିନାୟକ ଶିଖର ଧଓ୍ବନ ମାତ୍ର ୧୩ ରନ କରି ଆଉଟ ହୋଇଛନ୍ତି । ଏବେ ପୃଥ୍ବୀ ଶ’ଓ ସଂଜୁ ସାମସନ ବ୍ୟାଟିଂ କରୁଛନ୍ତି ।

ଏହି ଶେଷ ଦିନିକିଆରେ ଭାରତର ୫ ଯୁବ ଖେଳାଳି ଡେବ୍ୟୁ କରିବେ । ସେମାନେ ହେଲେ ସଞ୍ଜୁ ସାମସନ, ନୀତିଶ ରାଣା, ଚେତନ ସକରିୟା, କେ ଗୌତମ ।
ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ଅକ୍ତିଆର କରିସାରିଛି । ଏହି ମ୍ୟାଚରେ ଭାରତ ବିଜୟୀ ହୋଇ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଖେଳିବ ।

ସମ୍ବନ୍ଧିତ ଖବର