ମେଲବର୍ଣ୍ଣ: ଟେଷ୍ଟ ଶୃଙ୍ଖଳାରେ ଆୟୋଜକ ଅଷ୍ଟ୍ରେଲିଆକୁ ହରାଇ ୭୨ ବର୍ଷରେ ପ୍ରଥମ ଥର ଏହି ଦେଶରେ ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଶୁକ୍ରବାର ପ୍ରଥମ ଥର ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଛି। ଭାରତ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ପ୍ରଥମ ଥର ଦିନିକିଆରେ ପରାସ୍ତ କରିଛି।
ଏହି ଦିନିକିଆ ଶୃଙ୍ଖଳାରେ ବିଜୟ ସହିତ ଭାରତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତର କୌଣସି ଶୃଙ୍ଖଳାରେ ପରାସ୍ତ ହୋଇ ନାହିଁ। ଏଭଳି ସୁଯୋଗ ଭାରତ ପାଇଁ ନୂଆ। ଅଷ୍ଟ୍ରେଲିଆକୁ ଗୋଟିଏ ଗସ୍ତରେ ୨ଟି ଶୃଙ୍ଖଳା (ଟେଷ୍ଟ ଓ ଦିନିକିଆ)ରେ ପରାସ୍ତ କରିଛି। ଟି-୨୦ ଶୃଙ୍ଖଳାକୁ ୧-୧ରେ ଡ୍ର କରିବା ନିଶ୍ଚିତ ଭାବରେ ଗୌରବର ବିଷୟ। ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଜିତିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଛି।
ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ୩ୟ ତଥା ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ କବଜା କରିଛି । ମହେନ୍ଦ୍ର ସିଂ ଧୋନି ଅପରାଜିତ ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବାବେଳେ କେଦାର ଯାଦବ ଅପରାଜିତ ୬୧ ରନ ସଂଗ୍ରହ କରିଛନ୍ତି ।
ୟୁଜବେନ୍ଦ୍ର ଚହଲଙ୍କ ଦମଦାର ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୦ ରନ୍ କରିଥିଲା। ଚହଲ ୪୨ ରନ ଦେଇ ୬ ଓ୍ଵିକେଟ ହାସଲ କରିଥିଲେ। ଭାରତକୁ ବିଜୟ ପାଇଁ ୩୨୧ ରନ୍ ଟାର୍ଗେଟ ମିଳିଥିଲା।