ନଟିଂହାମ୍: ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୫ଟି ଓ୍ଵିକେଟ୍ ମିିଳିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଛି। ଫଳରେ ଭାରତଠାରୁ ୧୬୮ ରନ୍ ପଛରେ ରହିଛି। ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲାର ୨ୟ ଦିନରେ ରବିବାର ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୩୯ ରନ୍ ଯୋଡ଼ିଥିଲେ। ସେ ୩୨ଟି ବଲ ଖେଳି ଯସପ୍ରୀତ ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ। ଓପନ୍ର ଆଲିଷ୍ଟର କୁକ(୨୯)ଙ୍କୁ ଈଶାନ୍ତ ଶର୍ମା ପନ୍ଥଙ୍କୁ କ୍ୟାଚ କରାଇଥିଲେ। କେଟନ ଜେନିଙ୍ଗସ୍ (୨୦)ଙ୍କୁ ବୁମରା ଆଉଟ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଅଧିନାୟକ ଜୋଏ ରୁଟ୍(୧୬) ପାଭଲିଅନ୍ ଫେରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଈଶାନ୍ତ ଶର୍ମାଙ୍କ ଓଲି ପୋପ(୧୦) ଋଷଭ ପନ୍ଥଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିବା ବେଳେ ଜନି ବେୟାରଷ୍ଟୋ(୧୫) ହାର୍ଦ୍ଦିକଙ୍କ ବଲ ଖେଳି ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ସେହିପରି ପାଣ୍ଡ୍ୟାଙ୍କ ପ୍ରଭାବି ବୋଲିଂ ଯୋଗୁଁ କ୍ରିସ ଓ୍ଵକସ୍(୮), ଆଦିଲ ରସିଦ(୫) ଓ ଷ୍ଟୁଆର୍ଟ ବ୍ରୋଡ(୦) ଆଉଟ୍ ହୋଇଥିଲେ। ଋଷଭ ପନ୍ଥ ୫ଟି କ୍ୟାଚ ନେଇ ରେକର୍ଡ ସୃଷ୍ଟି କରିଛନ୍ତି।
ପୂର୍ବରୁ ପ୍ରଥମ ଇନିଂସରେ ଭାରତ ସମସ୍ତ ଓ୍ଵିକେଟ୍ ହରାଇ ୩୨୯ ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟର ୩ୟ ମୁକାବିଲାର ୨ୟ ଦିନ ରବିବାର ଭାରତ ସ୍କୋର ୬/୩୦୭ରୁ ଆରମ୍ଭ କରିଥିଲା। ଆଜି ମାତ୍ର ୨୨ ରନ୍ରେ ଋଷଭ ପନ୍ଥ(୨୪), ରବିଚନ୍ଦ୍ରନ ଅଶ୍ୱିନ(୧୪), ମହମ୍ମଦ ସାମି(୩) ଓ ଯସପ୍ରୀତ ବୁମରା(୦)ଙ୍କୁ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ଜେମସ୍ ଆଣ୍ଡରସନ୍ଙ୍କୁ ୩ଟି ଓ୍ଵିକେଟ୍, ଷ୍ଟୁଆର୍ଟ ବ୍ରୋଡଙ୍କୁ ୩ଟି ଓ୍ଵିକେଟ୍, କ୍ରିସ ଓ୍ଵକସ୍ଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଆଦିଲ ରସିଦଙ୍କୁ ଗୋଟିଏ ଓ୍ଵିକେଟ୍ ମିିଳଥିଲା।