ଭୁବନେଶ୍ବର: ହକି ଇଣ୍ଡିଆ ରବିବାର ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାରୁ ୪ ଜଣ ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଏହି ଶିବିର ସୋମବାରଠୁ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ସ୍ପେନ୍ରେ ଆୟୋଜିତ ହେବାକୁଥିବା ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଏହି ଶିବିରରୁ ଦଳ ଚୟନ କରାଯିବ। ଅଗଷ୍ଟରେ ଆୟୋଜିତ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସିପ୍ ଲାଗି ଏହା ମଧ୍ୟ ପ୍ରସ୍ତୁତି ଶିବିର। ଏହି ସମ୍ଭାବ୍ୟ ଦଳରେ ୫ ଜଣ ଗୋଲି, ୧୩ ଜଣ ଡିଫେଣ୍ଡର, ୧୨ ଜଣ ମିଡ୍ଫିଲ୍ଡର ଓ ୯ ଜଣ ପରୱାର୍ଡ ରହିଛନ୍ତି।
ଜାତୀୟ ହକି ଶିବିରରେ ଓଡ଼ିଶାରୁ ୪
/sambad/media/post_attachments/wp-content/uploads/2023/01/hockey-fff.jpg)