ଭୁବନେଶ୍ବର: ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ) ପକ୍ଷରୁ ଆୟୋଜିତ ହେବାକୁ ଥିବା ଏନ୍‌ସିଏ ୧୬ବର୍ଷରୁ କମ୍ ବାଳକ ଏଲିଟ୍ ପ୍ରଶିକ୍ଷଣ ଶିବିର ଲାଗି ଓଡ଼ିଶାର ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। ବିଜୟ ମର୍ଚ୍ଚାଣ୍ଟ୍ ଘରୋଇ କ୍ରିକେଟ୍ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ସେମାନଙ୍କୁ ଏହି ସମ୍ମାନଜନକ ଶିବିର ଲାଗି ଡାକରା ମିଳିଛି। ଖେଳାଳିମାନେ ହେଲେ ମହେଶ କେ ସାହୁ, ପାନକଳା ମୋଖିତ, ସ୍ବାଗତ ସୌରଭ ମିଶ୍ର ଓ ରାଜ ଯାଦବ। 

Advertisment

ତାମିଲନାଡ଼ୁର ସଲେମଠାରେ ଆୟୋଜିତ ହେବାକୁ ଥିବା ଟିମ୍- ଏ’ ପ୍ରଶିକ୍ଷଣ ଶିବିରରେ ମହେଶ, ପାନକଳା ଜୟପୁରରେ ଆୟୋଜିତ ହେବାକୁ ଥିବା ଟିମ୍-ବି’ ଏବଂ ସ୍ବାଗତ ଓ ରାଜ୍ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଥିବା ଟିମ୍-ଡି’ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ଏହି ଶିବିର ଏପ୍ରିଲ ୮ରୁ ୧୪ ମେ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିଲାଗି ମହେଶ, ପାନକଳା, ସ୍ବାଗତ ଓ ରାଜ୍‌ଙ୍କୁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ସଂପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।