ଭୁବନେଶ୍ବର: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (ସିଏବିଆଇ) ପ୍ରଥମ ଥର ଲାଗି ମହିଳା ଦଳ ଘୋଷଣା କରିଛି। ଏହି ଦଳ ନେପାଳ ବିପକ୍ଷ ଆଗାମୀ ଦ୍ବିପାକ୍ଷିକ ଶୃଙ୍ଖଳାରେ ଖେଳି ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିବ। ମଙ୍ଗଳବାର ନେପାଳ ଗସ୍ତ ଲାଗି ଘୋଷିତ ୧୭ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ଫୁଲ ସୋରେନ, ଝିଲ୍ଲି ବିରୁଆ, ବାସନ୍ତି ହାଁସଦା ଓ ପଦ୍ମିନୀ ଟୁଡ଼ୁ ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବ ଭାର ମଧ୍ୟପ୍ରଦେଶର ସୁଷମା ପଟେଲଙ୍କୁ ମିଳିଥିଲା ବେଳେ କର୍ଣ୍ଣାଟକର ଗଙ୍ଗାଭା ନୀଳପ୍ପା ହରିଜନ ଉପଅଧିନାୟିକା ରହିଛନ୍ତି। କାର୍ତ୍ତିକ ଚାର୍ଭେ ପ୍ରଶିକ୍ଷକ, ରାଜଶ୍ରୀ ଚମ୍ପାଲାଲ ରାମାୱାତ ଫିଜିଓ, ଶିକା ସେଟ୍ଟୀ ପ୍ରବନ୍ଧକ, ଇ ଜନ୍ ଡେଭିଡ ସିଏବିଆଇର ସମ୍ପାଦକ ଓ ନିରଂଜନ ମିଡିଆ କୋଅର୍ଡିନେଟର ଭାବେ ଦଳ ସହ ନେପାଳ ଗସ୍ତ କରିବେ।
ଭାରତୀୟ ଦଳ: ବର୍ଷା ୟୁ, ଭାଲାସାନୈନି ରାଭାନ୍ନି, ସିମୁ ଦାସ, ପଦ୍ମିନୀ ଟୁଡ଼ୁ, କିଲାକା ସନ୍ଧ୍ୟା, ପ୍ରିୟା, ଗଙ୍ଗାଭା ନୀଳପ୍ପା ହରିଜନ (ଉପଅଧିନାୟିକା), ପ୍ରୀତିବେନ ବାବୁଭାଇ ଦେଶାଇ, ସାନ୍ଦ୍ରା ଡେଭିସ କାରିମାଲିକାଲ, ବାସନ୍ତୀ ହାଁସ୍ଦା, ପ୍ରୀତି ପ୍ରସାଦ, ସୁଷମା ପଟେଲ (ଅଧିନାୟିକା), ଏମ୍ ସତ୍ୟବତୀ, ଫୁଲ ସୋରେନ, ଝିଲି ବିରୁଆ, ଗଙ୍ଗା ସମ୍ଭାଜି କଦମ, ଦୀପିକା ଟିସି।