ଭୁବନେଶ୍ବର: ଅଗଷ୍ଟ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ମିଂହାମରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡ଼ା ମହାସଂଘ (ଆଇବିଏସ୍ଏ) ବିଶ୍ବ କ୍ରୀଡ଼ା ପାଇଁ ବୁଧବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ୪ ଜଣ ଓଡ଼ିଆ ଝିଅ ପଦ୍ମିନୀ ଟୁଡୁ, ବାସନ୍ତୀ ହାଁସଦା, ଫୁଲ ସୋରେନ୍, ଝିଲ୍ଲୀ ବିରୁଆ ସ୍ଥାନ ପାଇଛନ୍ତି। ପଦ୍ମିନୀ ବି-୧ ବର୍ଗରେ, ବାସନ୍ତୀ ବି-୨ ବର୍ଗରେ ଏବଂ ଫୁଲ ଓ ଝିଲ୍ଲୀ ବି-୩ ବର୍ଗରେ ଖେଳିବାକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଆଇବିଏସ୍ଏ ବିଶ୍ବ କ୍ରୀଡ଼ାରେ ପ୍ରଥମ ଥର ପାଇଁ କ୍ରିକେଟ୍କୁ ସାମିଲ କରାଯାଇଛି। ଓଡ଼ିଶାରୁ ୪ ଜଣ ସାମିଲ ହୋଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ ସଭାପତି ମହମ୍ମଦ ଜାଫର ଇକବାଲ୍ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି କ୍ୟାବି ସଭାପତି ଜି ମହାଣ୍ଟେଶ ଆଶା ପ୍ରକାଶ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp