ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ପଦକ

ଭୁବନେଶ୍ବର: କେରଳର କାଶରଗଡ଼ଠାରେ ଗତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ପଦକ ମିଳିଛି। ସେଥିରେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସାମିଲ ରହିଛି। ଓଡ଼ିଶାରୁ ମୋଟ ୧୬ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲା ବେଳେ ପ୍ରିୟବ୍ରତ ବିଶୋଇ ସ୍କ୍ବାଡ୍‌ରେ ସ୍ବର୍ଣ୍ଣ ଏବଂ ୧୦୫ କେଜି ବର୍ଗ ଓଭରଅଲ୍‌ରେ କାଂସ୍ୟ ଜିତିଥିଲେ। ତାଙ୍କ ବ୍ୟତୀତ ଦିବ୍ୟଲେଖା ମିଶ୍ର ୭୬ କେଜି ଡେଡ୍‌ଲିଫ୍ଟରେ ରୌପ୍ୟ ଏବଂ ବୈଭବଶ୍ବର ସାହୁ (ଉପକନିଷ୍ଠ) ୫୨ କେଜି ଡେଡ୍‌ଲିଫ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ। ଗଙ୍ଗାଧର ବିଶୋଇ ଦଳ ସହ ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ଯାଇଥିଲେ। ଓଡ଼ିଶା ଦଳର ସଫଳତା ପାଇଁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ସହ ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର