ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ୭୦ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଚାରିଟି ମିଟ୍ ରେକର୍ଡ ସ୍ଥାପିତ ହୋଇଛି। ଗୁରୁବାର ୬୦ଟି ଇଭେଣ୍ଟ୍ରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ବେଳେ ସେଥିମଧ୍ୟରୁ ବାଳକ ୨୩ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଭୁବନେଶ୍ବରର ଅନିମେଶ କୁଜୁର (୧୦.୩୮ ସେକେଣ୍ଡ) ନୂଆ ମିଟ୍ ରେକର୍ଡ ସ୍ଥାପନ କରିଥିଲେ। ସେହିଭଳି ୨୩ ବର୍ଷରୁ କମ୍ ହାମର ଥ୍ରୋ’ରେ କଟକର ଜ୍ୟୋତି ପ୍ରକାଶ ନାୟକ (୪୯.୧୧ ମିଟର), ମହିଳା ହାମର ଥ୍ରୋ’ରେ ପାରାଦୀପ ପୋର୍ଟର ଦିବ୍ୟା ସାଣ୍ଡିଲ୍ୟ (୫୭.୬୭ ମିଟର) ନୂଆ ମିଟ୍ ରେକର୍ଡ ସ୍ଥାପନ କରି ଦୌଡ଼କୁଦର ନୂଆ ସମ୍ଭାବନା ଭାବେ ଉଭା ହୋଇଛନ୍ତି।
ସେହି ପାରାଦୀପ ପୋର୍ଟର ନିକିତା ପୂର୍ବିୟା ୨୩ ବର୍ଷରୁ କମ୍ ବାଳିକା (୩୭.୩୬) ରେ ମଧ୍ୟ ନୂଆ ମିଟ୍ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡିର ପ୍ରତିନିଧିତ୍ବ କରୁଥିବା ଦଣ୍ଡପତି ଏମ୍ ଜୟରାମ ୨୦ବର୍ଷରୁ କମ୍ ବାଳକ ୧୦୦ ମିଟରରେ (୧୦.୮୬ ସେକେଣ୍ଡ)ରେ, କଟକର ଆସ୍ତିକ ପ୍ରଧାନ ୨୦ବର୍ଷରୁ କମ୍ ବାଳକ ୪୦୦ ମିଟରରେ, କଟକର ପଙ୍କଜ ମଣ୍ଡଳ ୨୦ବର୍ଷରୁ କମ୍ ୮୦୦ ମିଟରରେ, ଯାଜପୁରର ରାଜେନ୍ଦ୍ର ସିଦ୍ଧୁ ୧୦୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/7NyNKqWzgcaFNmeuaFz9.jpg)
