ତୁର୍କି ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଓଡ଼ିଶାରୁ ୪

ଭୁବନେଶ୍ବର: ପଞ୍ଚମ ତୁର୍କି ପାରା ବ୍ୟାଡ୍‌ମିଣ୍ଟନ୍‌ ଇନିସ କପ୍‌ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ତୁର୍କିର ଆଣ୍ଟାଲିୟା ସହରସ୍ଥିତ ଲିମରା ‌ସ୍ପୋର୍ଟ୍ସ ହଲ୍‌ରେ ସୋମବାରଠୁ ଆରମ୍ଭ ହୋଇ ଶନିବାର ଶେଷ ହେବ। ଏଥିରେ ବିଭିନ୍ନ ଦେଶରୁ ୨୯୧ ଜଣ ଭାଗ ନେଉଥିଲା ବେଳେ ଭାରତରୁ ୧୮ ଜଣ ଅଂଶଗ୍ରହଣ କରିଛନ୍ତି। ୧୮ ଜଣିଆ ଦଳରେ ଓଡ଼ିଶାରୁ ପ୍ରମୋଦ ଭଗତ, ନୁରୁଲ ହୁ‌ସେନ ଖାନ, ଦିଲେଶ୍ବର ରାଓ ଏବଂ ଦୀପ ରଂଜନ ବିଶୋଇ ସାମିଲ ହୋଇଛନ୍ତି। ଚଳିତ ବର୍ଷ ହେବାକୁ ଏହିଭଳି ୧୨ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ଅତିକମ୍‌ରେ ୭ଟିରେ ବିଜେତା ହେଲେ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବେ।

ସମ୍ବନ୍ଧିତ ଖବର