ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍‌ରେ ୪ ଓଡ଼ିଆ

ଭୁବନେଶ୍ବର: ଥାଇଲାଣ୍ଡର ପଟାୟା ସହରରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇଡବ୍ଲୁଏଏସ୍ ହ୍ବିଲଚେୟାର ଫେନ୍ସିଂ ବିଶ୍ବକପ୍‌ ଲାଗି ଓଡ଼ିଶାର ୪ ଜଣ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପୂଜାସ୍ୱନୀ ନାୟକ, ଭି.ରମେଶ ରାଓ, ରାଖାଲ କୁମାର ସେଠୀ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ। ଭି.ରମେଶ ରାଓ, ରାଖାଲ୍ ସେଠୀ, ପୂଜାସ୍ୱନୀ ନାୟକ ପୂର୍ବରୁ ଭାରତୀୟ ଦଳରେ ସ୍ଥାନ ପାଇସାରିଥିଲା ବେଳେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ ପ୍ରଥମ ଥର ପାଇଁ ଏହି ସଫଳତା ଲାଭ କରିଥିଲା। ୨୦୨୧-୨୦୨୨ ଜାତୀୟ ଚାମ୍ପିଅନସିପ୍‌ରେ ରାଖାଲ ଓ ପୂଜାସ୍ୱନୀ ବ୍ୟକ୍ତିଗତ ଓ ଦଳଗତ ସଫଳତା ସହ ମୋଟ ୬ ପଦକ ହାସଲ କରିଥିଲେ। ସେହିଭଳି ଭି.ରମେଶ ରାଓ ବ୍ୟକ୍ତିଗତ ଓ ଦଳଗତ ୫ ଓ ପ୍ରଫୁଲ୍ଲ ବ୍ୟକ୍ତିଗତ ଓ ଦଳଗତ ୪ ଲେଖାଏଁ ପଦକ ହାସଲ କରିଥିଲେ। ଖେଳାଳିମାନେ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିବା ସହିତ ଉତରତର କାମନା କରିଛି ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା।

ସମ୍ବନ୍ଧିତ ଖବର