ଟିମ ଇଣ୍ଡିଆରୁ ସନ୍ୟାସ ନେଇପାରନ୍ତି ଏହି ୪ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରୁ ସନ୍ୟାସ ନେଇପାରନ୍ତି ୪ ଜଣ ବରିଷ୍ଠ ଖେଳାଳି | କିଛି ଏଭଳି ଅନୁମାନ ଲଗାଇଛନ୍ତି ଜାତୀୟ ଗଣମାଧ୍ୟମ | ଏହି ତାଲିକାର ପ୍ରଥମ ଖେଳାଳି ହେଉଛନ୍ତି ଭୁବନେଶ୍ୱର କୁମାର | ଲଗାତାର ୧୮ ମାସ ଧରି ଆହତ ହେବ କାରଣରୁ ବାରମ୍ବାର ଦଳରୁ ସେ ବିରତି ନେଇଛନ୍ତି | ୨୦୧୮ ମସିହା ଜାନୁୟାରୀ ମାସରୁ ସେ କୌଣସି ମ୍ୟାଚ ଖେଳିନାହାନ୍ତି | ଦ୍ଵିତୀୟ ତାଲିକାରେ ଅଛନ୍ତି ଶିଖର ଧାୱନ | ୨୦୧୯ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ତାଙ୍କୁ ଆଘାତ ଲାଗିଥିଲା | ଏହା ପରେ ସେ ଆଉ ସାମିଲ ହୋଇନାହାନ୍ତି | ତାଙ୍କ ବଦଳରେ ଶୁଭମନ ଗିଲ ଓ ପୃଥ୍ଵୀ ସଁ ଙ୍କୁ ସୁଯୋଗ ଦିଆଯାଇଥିବାରୁ ସେ ମଧ୍ୟ କ୍ରିକେଟକୁ ଅଲବିଦା କହିପାରନ୍ତି |


The Hindu Business Line

ସେହିପରି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ପୁର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି | ଗତ ବର୍ଷ ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଟିମ ପରାସ୍ତ ହେବା ପରେ ଧୋନି ଆଉ ଭାରତ ପକ୍ଷରୁ ଖେଳିନାହାନ୍ତି | ତାଙ୍କ ବଦଳରେ ଏଲ ରାହୁଲ ଓ ଋଷଭ ପଂଥଙ୍କୁ ସ୍ଥାନ ଦିଆଯାଇଛି | ଟେଷ୍ଟ ମ୍ୟାଚରୁ ସନ୍ୟାସ ନେଇଥିବା ଧୋନି ଖୁବ ଶୀଘ୍ର ନିଜର ଅବସର ଘୋଷଣା କରିପାରନ୍ତି |

ଚତୁର୍ଥ ସ୍ଥାନରେ ଅଛନ୍ତି ଇଶାନ୍ତ ଶର୍ମା | ବାରମ୍ବାର ଆଘାତ ଲାଗିବା ଯୋଗୁଁ ତାଙ୍କର ଫିଟନେସ ଉପରେ ଏହାର ପ୍ରଭାବ ପଡିଛି | ୨୦୧୮ ଆଇପିଏଲରେ କୌଣସି ବି ଟିମ ତାଙ୍କୁ କିଣିନଥିଲା | ତେଣୁ ଖୁବ ଶୀଘ୍ର ସେ ଟ୍ୱେଣ୍ଟି ଟ୍ୱେଣ୍ଟି ଟିମକୁ ଅଲବିଦା କହିପାରନ୍ତି |

ସମ୍ବନ୍ଧିତ ଖବର