ଏସୀୟ ଏୟାରଗନ୍‌ରେ ସ୍ବର୍ଣ୍ଣ ବର୍ଷା: ରବିବାର ଭାରତକୁ ୪ ଦଳଗତ ସ୍ବର୍ଣ୍ଣ

ଡାଇଗୁ (କୋରିଆ): ପଞ୍ଚଦଶ ଏସିଆନ୍‌ ଏୟାରଗନ୍‌ ଚାମ୍ପିଅନ୍‌ସିପ୍‌ରେ ରବିବାର ଭାରତ ସ୍ବର୍ଣ୍ଣ ବର୍ଷା କରିଛି। ୪ ଦଳଗତ ବର୍ଗରେ ଭାରତ ସ୍ବର୍ଣ୍ଣିମ ସଫଳତା ହାତେଇଛି। ଫଳରେ ରବିବାର ସୁଦ୍ଧା ଏହି ପ୍ରତିଯୋଗିତାରୁ ଭାରତ ମୋଟ ୧୦ ସ୍ବର୍ଣ୍ଣ ପଦକ ହାସଲ କରିନେଇଛି। ରବିବାର ପ୍ରଥମେ ପୁରୁଷ ୧୦ ମିଟର ଏୟାର ରାଇଫଲ ଦଳ କାଜାଖସ୍ଥାନକୁ ୧୭-୧୧ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲା ବେଳେ ମେହୁଲି ଘୋଷ, ଏଲାଭେନିଲ ଭାଲାରିଭାନ୍‌ ଓ ମେଘନା ସାଜନାରଙ୍କୁ ନେଇ ଗଠିତ ମହିଳା ଦଳ କୋରିଆକୁ ୧୬-୧୦ରେ ପରାସ୍ତ କରିଥିଲେ। ସେହିପରି କନିଷ୍ଠ ପୁରୁଷ ଦଳ (ଦିବ୍ୟାଂଶ ସିଂହ ପନ୍‌ୱର, ଶ୍ରୀ ଶ୍ରୀକାନ୍ତ ସବାରି ରାଜ୍‌ ରବିଶଙ୍କର ଓ ଭିଦିତ ଜୈନ) କୋରିଆକୁ ୧୬-୧୦ ପରାସ୍ତ କରିବା ପରେ ଶେଷରେ ଭାରତୀୟ କନିଷ୍ଠ ମହିଳା ଦଳ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ୍‌ରେ କୋରିଆ ଦଳକୁ ୧୬-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର