କଟକ: ଭାରତ ଓ େଵଷ୍ଟଇଣ୍ତିଜ ଦଳର ଖେଳାଳିଙ୍କୁ ଅଭ୍ୟାସ ବେଳେ ସହଯୋଗ କରିବାକୁ ଓଡ଼ିଶା କ୍ରିକେଟ ସ˚ଘ ପକ୍ଷରୁ ପାଖାପାଖି ୪୦ ଜଣ ଖେଳାଳିଙ୍କୁ ନେଟ୍ ବୋଲର ଭାବେ ନିୟୋଜିତ କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ଏହି ଖେଳାଳିମାନେ ନେଟ୍ସରେ ସେମାନଙ୍କ ପସନ୍ଦର ଖେଳାଳିମାନଙ୍କୁ ବୋଲି˚ କରିବା ସହିତ ଅନେକ କିଛି ଶିଖିବାକୁ ପାଇଥିଲେ। ତେବେ ଭାରତୀୟ ଦଳର ଅଭ୍ୟାସ ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ବିଶ୍ବର ୧ ନମ୍ବର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଓଡ଼ିଶା ୨୩ ବର୍ଷରୁ କମ୍ ଦଳର ଖେଳାଳି ସୌରଭ କାନୋଜିଆ ଆଉଟ କରିଦେଇଥିଲେ। ବାମହାତୀ ସ୍ପିନର ସୌରଭ ନେଟ୍ସରେ ବୋଲି˚ କରିବା ବେଳେ କେଉଁ ଆଡେ ଫିଲ୍ଡର ଅଛନ୍ତି ତାହା କୋହଲିଙ୍କୁ ଜଣାଇ ଦେଇଥିଲେ। ସେହି ଅନୁସାରେ ସେ ବୋଲି˚ କରିଥିଲେ। ପ୍ରଥମେ ଦୁଇ ବଲ୍କୁ ବିରାଟ ରକ୍ଷଣାତ୍ମକ ଖେଳିଥିଲା ବେଳେ ପରବର୍ତ୍ତୀ ବଲ୍ରେ କଭର ଅଞ୍ଚଳକୁ ଉଠାଇ ମାରିଥିଲେ। ହେଲେ ତାହାକୁ ଆଉଟ ବୋଲି କୁହାଯାଇଥିଲା। ତେଣୁ ସୌରଭ ମଜାଳିଆ ଢଙ୍ଗରେ ବିରାଟଙ୍କୁ କହିଥିଲେ ଯେ ‘ଚିକୁ ଭାଇ କୋ ଆଉଟ କରଦିୟା’। ଏହାର ପରବର୍ତ୍ତୀ ଦୁଇଟି ବଲ୍ରେ କୋହଲି ମିଡ୍ ଵିକେଟ ଅଞ୍ଚଳକୁ ଦୁଇଟି ଛକା ମାରିଥିଲେ ଓ ସୌରଭଙ୍କୁ ଚିଡ଼ାଇବା ପାଇଁ କହିଥିଲେ ‘ଅବ ବୋଲ ଚିକୁ ଭାଇକୋ ଆଉଟ କରଦିୟା’। ତେବେ ଏହି ଅଭିଜ୍ଞତା ଉପରେ ସୌରଭ କହିଛନ୍ତି ଯେ କୋହଲିଙ୍କୁ ବୋଲି˚ କରି ବହୁତ ଭଲ ଲାଗିଲା। ବିଶ୍ବର ୧ ନମ୍ବର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲି। ପରେ ରବୀନ୍ଦ୍ର ଜାଦେଜା ମଧ୍ୟ ଆମ ସହିତ ବୋଲି˚ରେ ସାମିଲ ହୋଇଥିଲେ। ମୋର ବୋଲି˚କୁ ଜାଦେଜା ପ୍ରଶ˚ସା କରିଥିଲା ବେଳେ ନିଜର ସ୍ବାଭାବିକ ବଲ୍ ପକାଇବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ସବୁବେଳେ ଠିକ୍ ଜାଗାରେ ବଲ୍ ପକାଇବା ଉପରେ ଅଧିକ ଧ୍ୟାନ ଦେବାକୁ ସେ କହିଥିଲେ। େଵଷ୍ଟଇଣ୍ତିଜ ସହ ନେଟ୍ସରେ ବୋଲି˚ କରୁଥିବା ବେଳେ ରସ୍ତନ ଚେଜ୍ଙ୍କୁ ବୋଲ୍ଡ ଓ ଷ୍ଟମ୍ପି˚ କରିଥିଲେ। ଜାସନ ହୋଲ୍ଡର ଆମ ସହ ଆଲୋଚନା କରି ଭଲ ବୋଲି˚ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଅନ୍ୟତମ ନେଟ୍ ବୋଲର ପ୍ରକାଶ ଝା ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଥିବାରୁ ବହୁତ ଭଲ ଅଭିଜ୍ଞତା ପାଇଥିବା କହିଥିଲେ। ଖେଳାଳିମାନେ କିପରି ମାନସିକ ଭାବେ ନିଜକୁ ଦୃଢ଼ କରିପାରନ୍ତି, ତାହା ଏଠାରେ ଶିଖିବାକୁ ମିଳିଥିଲା। ଭଲ ବଲ୍କୁ ଡିଫେନ୍ସ କରିବା ଓ ଖରାପ ବଲ୍ରୁ ବାଉଣ୍ତରୀ ବାହାର କରିବା ଉଚିତ୍ ବୋଲି ଶିଖିପାରିଛୁ। ରବୀନ୍ଦ୍ର ଜାଦେଜା ମୋତେ କହିଥିଲେ ଯେ ତୁମମାନଙ୍କ ଭଳି ଆମେ ମଧ୍ୟ ବୋଲର। ଆମ ଭିତରେ କିଛି ଫରକ ନାହିଁ। କେବଳ ଆମେ ଆନ୍ତର୍ଜାତିକ ସ୍ତରରେ ମ୍ୟାଚ୍ ଖେଳୁଛୁ, ତୁମେ ରାଜ୍ୟସ୍ତରରେ ମ୍ୟାଚ୍ ଖେଳୁଛ। କିନ୍ତୁ ସବୁବେଳେ ମାନସିକ ଭାବେ ଶକ୍ତ ରହିଲେ ସଫଳତା ପାଇଚାଲିବ ବୋଲି ସେ ପରାମର୍ଶ ଦେଇଥିବା ପ୍ରକାଶ କହିଛନ୍ତି।
ନେଟ୍ ବୋଲର ଭୂମିକାରେ ଓଡ଼ିଶାର ୪୦ ଖେଳାଳି: ବିରାଟଙ୍କୁ ଆଉଟ କଲେ ସୌରଭ, ଛକା ମାରି ଜବାବ ଦେଲେ କୋହଲି
/sambad/media/post_attachments/wp-content/uploads/2019/12/dfh857sfh987sf85h4sf65h4sf65hsfhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)