ବେଲ୍ବର୍ନ: େଓ୍ଵଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର ଡେ୍ଵନ୍ ବ୍ରାଭୋ ଟେ୍ଵଣ୍ଟି-୨୦ କ୍ରିକେଟ୍ରେ ୪୦୦ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଏକ୍ଷେତ୍ରରେ ସେ ବିଶ୍ୱର ପ୍ରଥମ ଖେଳାଳି ହେବାର କୀତିମାନ ମଧ୍ୟ ପାଇଛନ୍ତି। ନିଜ ଦେଶ ପକ୍ଷରୁ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାର ସବୁ ଆଶା ହରାଇ ସାରିଥିବା ବ୍ରାଭୋ କିନ୍ତୁ ଫଟାଫଟ୍ କ୍ରିକେଟ୍ରେ ୪୦୦ ଓ୍ଵିକେଟ୍ ସଂଖ୍ୟା ଛୁଇଁବାର ବିଳକ କୀର୍ତିମାନ ହାସଲ କରିଛନ୍ତି। ଚଳିତ ବିଗ୍ ବାସ୍ ଲିଗ୍ରେ ମେଲ୍ବର୍ନ ରେନିଗେଡ୍ସ ପକ୍ଷରୁ ଖେଳୁଥିବା ବ୍ରାଭୋ ହରିକେନ୍ସ ବିପକ୍ଷ ମ୍ୟାଚ୍ରେ ୫ ଓ୍ଵିକେଟ୍ ଅକ୍ତିଆର କରିବା ପରେ ଏହି କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ବିଶେଷକରି ଡେଥ୍ ଓଭରରେ ହିଁ ବ୍ରାଭୋ ୩ ଓ୍ଵିକେଟ୍ ନେଇଥିଲେ। ୨୦୧୫ରେ ଟେଷ୍ଟରୁ ଅବସର ଘୋଷଣା କରିଥିବା ବ୍ରାଭୋ ଶାରିରୀକ ଭାବେ ସୁସ୍ଥ ଥିଲା ବେଳେ ତାଙ୍କୁ ଜାତୀୟ ଦଳରୁ ବାଦ୍ ଦିଆଯାଇଥିଲା। ଏବେ ବ୍ରାଭୋଙ୍କୁ ୩୪ ବର୍ଷ। ତେଣୁ ଆଉ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିବାର ମାନେ କିଛି ନାହିଁ। ହେଲେ ସାରା ବିଶ୍ୱରେ ଖେଳାଯାଉଥିବା ଟେ୍ଵଣ୍ଟି-୨୦ରେ ସେ ଖେଳିବାର ଆଗ୍ରହ ରଖିଛନ୍ତି ବୋଲି ବ୍ରାଭୋ କହିଛନ୍ତି।
୪୦୦ ଟେ୍ଵଣ୍ଟି-୨୦ ଓ୍ଵିକେଟ୍ ନେବାରେ ବ୍ରାଭୋ ପ୍ରଥମ
/sambad/media/post_attachments/wp-content/uploads/2017/12/dwayne-bravo-twitter_806x605_81513865399.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)