ଆଇପିଏଲ୍‌ ବାତିଲ ହେଲେ ୪୦୦୦ କୋଟି ବୁଡ଼ିବ

ମୁମ୍ବାଇ: ମହାମାରୀ କରୋନାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ପଡ଼ିଛି। ଏଥି ଲାଗି ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ବର ଧନୀ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗୋଟିଏ ମାସର ପ୍ରତିଷେଧ ପରେ ସ୍ଥତି ବଦଳିଲେ ଆଇପିଏଲ୍‌ ଆୟୋଜନ ହେବ ନଚେତ ବାତିଲ। ଏଭଳି ସ୍ଥଳେ ଚଳିତ ବର୍ଷ ଆଇପିଏଲ୍‌ରେ କ୍ଷତି ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଫଳରେ ଏହି ଧନୀ ଲିଗ୍‌ ୪୦୦୦ କୋଟି ଟଙ୍କା ହରାଇବ।

ଏଭଳି ସ୍ଥଳେ ତିିନିଟି ବିକଳ୍ପ ଅଛି: ପ୍ରଥମରେ ଏପ୍ରିଲ୍ ମଧ୍ୟଭାଗରେ ସ୍ଥିତି ଠିକ୍‌ ହୋଇଯାଏ ତେବେ ଜୁନ୍‌ର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେଲେ ୬୦ ମ୍ୟାଚ୍‌ ଖେଳାଯାଇପାରିବ। ଦ୍ବିତୀୟରେ ମ୍ୟାଚ୍‌ ଓ ଦିନ କମାଇ ଏକ ଛୋଟ ଆଇପିଏଲ୍‌ ଆୟୋଜନ ହୋଇପାରିବ। ତୃତୀୟରେ ଚୁକ୍ତିନାମା ପୂରଣ କରିବା ଲାଗି ଏକ ସମିତି ଗଠନ ହେବ ଯାହା ଏହି ଅପ୍ରତ୍ୟାଶିତ ଘଟଣାକୁ ମୁକାବିଲା କରିପାରିବ। ଏହି ତିନି ସମ୍ଭାବନା ମଧ୍ୟ‌ରୁ କ’ଣ କରାଯିବ ଏବେ ନିଶ୍ଚିତ ହୋଇନି। ଏହା ମଧ୍ୟରୁ କେଉଁଟା କାର୍ଯ୍ୟକାରୀ ହେଲେ ‌କେତେ ପରିମାଣରେ କ୍ଷତି ହେବ ତାହା ମଧ୍ୟ କହିବା ଏବେଠୁ ସମ୍ଭବ ନୁହେଁ। ପ୍ରଥମ ବିକଳ୍ପ ବହୁତ କମ୍‌ କ୍ଷତି ପହଞ୍ଚାଇବ। ପ୍ରାୟୋଜକ ଓ ବିଜ୍ଞାପନ ପ୍ରସାରଣ ସଂସ୍ଥାର ରାଜସ୍ବକୁ ପ୍ରଭାବିତ କରିବ। କାରଣ ଏମାନଙ୍କୁ ପ୍ରର୍ଯ୍ୟାପ୍ତ ପ୍ରାଇମ୍‌ ଟାଇମ୍‌ ମିଳିବନି। ହେଲେ ବିସିସିଆଇ, ଫ୍ରାଞ୍ଚାଇଜ୍‌, ଖେଳାଳି, ମ୍ୟାଚ୍‌ ଅଧିକାରୀ, ସହଯୋଗୀ କର୍ମୀ, ଗ୍ରାଉଣ୍ଡମ୍ୟାନ୍‌ ଓ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀ କ୍ଷତିରୁ ବଞ୍ଚିଯିବେ। ଯଦି ଦ୍ବିତୀୟ ବିକଳ୍ପ କାର୍ଯ୍ୟକାରୀ ହୁଏ, ତେବେ କ୍ଷତି ସାମାନ୍ୟ ଅଧିକ ହେବ ଏବଂ କ୍ରିକେଟର୍‌ଙ୍କ ସମେତ ଅନେକ ହିତାଧିକାରୀଙ୍କ ଉପରେ କ୍ଷତି ପହଞ୍ଚାଇବ। ଏହି ସଂସ୍କରଣ ପାଇଁ ପ୍ରସାରଣ ସଂସ୍ଥା ୯୦ ପ୍ରତିଶତ ବିଜ୍ଞାପନ ପାଇଁ ସମୟ ବିକ୍ରି କରିସାରିଛି। ଏହି ସଂସ୍ଥାକୁ ପୁଣି ଥରେ ନୂଆ ପ୍ରଯୋଜକଙ୍କୁ ଖୋଜିବାକୁ ପଡ଼ିବ। ସଂପ୍ରତି ସିନେମା ହଲ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ ରହିବା ଯୋଗୁଁ ମନୋରଂଜନ ଲାଗି ଟିଭିକୁ ମାଧ୍ୟମ କରିଛନ୍ତି। ଏଥରୁ ବଦଳାଇ ବିଜ୍ଞପନ ସଂସ୍ଥା ଆଗ୍ରହ ଦେଖାଇ ନ ପାରନ୍ତି। ଫଳରେ ବିସିସିଆଇର ରାଜସ୍ୱ ସଂଗ୍ରହରେ କ୍ଷତି ପହଞ୍ଚିବ। ମ୍ୟାଚ୍ ସଂଖ୍ୟା ଏବଂ ଦିନ କମିଲେ ବିମାନ ଚଳାଚଳ କମ୍ପାନି ଏବଂ ହୋଟେଲ ବ୍ୟବସାୟ କମିବ। ହେଲେ ଖେଳାଳି ଓ ମ୍ୟାଚ୍‌ ଅଧିକାରୀଙ୍କର‌ କ୍ଷତି କମିଯିବ। ତୃତୀୟ ବିକଳ୍ପରେ ସମସ୍ତେ କ୍ଷତି ସହିବେ। ପ୍ରତିଯୋଗିତା ପୂରା ବନ୍ଦ ହୋଇଯିବ। ଖେଳାଳିମାନେ ଘରକୁ ଫେରିବେ କ‌ରୋନା କି କ୍ଷତି କଲା ତା’ର ହିସାବ କରିବେ। ଆଇପିଏଲ୍‌ ବନ୍ଦ ହେଲେ କେତେ ପରିମାଣ‌ର କ୍ଷତି ହେବ ତାହା କହିବା ଅସମ୍ଭବ। ଆଗକୁ କ’ଣ ହେଉଛି ତା’ ଉପରେ ନଜର ରଖିବାକୁ ପଡ଼ିବ।

ରାଜସ୍ବ (କିଏ କ’ଣ ପାଇବ)
ପ୍ରସାରଣ ଓ କେନ୍ଦ୍ରୀୟ ପ୍ରାୟୋଜକଙ୍କଠୁ ବିସିସିଆଇ ୨୦୦୦ କୋଟି ଟଙ୍କା ପାଇବ
ପ୍ରସାରଣ କମ୍ପାନି ବିଜ୍ଞାପନ ବାବଦରୁ ପ୍ରାୟ ୩୩୦୦ କୋଟି ଟଙ୍କା ପାଇବ
ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ କ୍ରେନ୍ଦ୍ରୀୟ ପୁଲ୍‌ରୁ ବାର୍ଷିକ ପ୍ରାୟ ୨୫୦ କୋଟି ଲେଖାଏଁ ପାଇବେ
ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ସ୍ଥାନୀୟ ପୁଲ୍‌ରୁ ପ୍ରାୟ ୩୦ କୋଟି ଲେଖାଏଁ ପାଇବେ
ଘରୋଇ ଓ ବିଦେଶୀ କ୍ରିକେଟର୍‌ ମୋଟ ଉପରେ ୬୮୦ କୋଟି ଟଙ୍କା ରୋଜଗାର କରିବେ
ଇଭେଣ୍ଟ୍‌ କମ୍ପାନି, ମ୍ୟାଚ୍‌ ଅଧିକରୀ ଏବଂ ଅନ୍ୟ କର୍ମଚାରୀମାନେ ନିଜ କାମ ଅନୁ‌ଯାୟୀ ପାଉଣା ପାଇବେ
୮ ରାଜ୍ୟ ସଂଘ ପ୍ରତିଯୋଗିତାରୁ ମୋଟ ୫୬ କୋଟି ଟଙ୍କା ପାଇବେ

ସମ୍ବନ୍ଧିତ ଖବର