ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୪୦୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୬ ହଜାର ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୪୦୯୮ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୮୬ ଜଣ, ବାଲେଶ୍ୱରରୁ ୩୩୬ ଜଣ, ନୂଆପଡ଼ାରୁ ୨୦୯ ଜଣ ଓ ଅନୁଗୁଳରୁ ୧୬୫ ଜଣ ସୁସ୍ଥ ହୋଇଛନ୍ତି ।
Another 4098 Covid patients have recovered and are being discharged on 05.10.2020
704 from Khordha
386 from Cuttack
336 from Baleswar
209 from Nuapada
165 from Anugul
139 from Mayurbhanj
131 from Keonjhar
125 from Bhadrak
123 from Jagatsinghpur
123 from Kendrapara— H & FW Dept Odisha (@HFWOdisha) October 5, 2020
ସେହିପରି ମୟୁରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫,ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୩, ଯାଜପୁରରୁ ୧୧୬, ବରଗଡ଼ରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୮୨, ଝାରସୁଗୁଡ଼ାରୁ ୮୧, ନୟାଗଡ଼ରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗୀରରୁ ୭୦, କୋରାପୁଟରୁ ୬୭,କନ୍ଧମାଳରୁ ୬୫, ବୌଦ୍ଧରୁ ୬୧,ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡ଼ାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେବଗଡ଼ରୁ ୧୫ ଓ ରାଜ୍ୟ ପୁଲରୁ ୨୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।