ଚେନ୍ନାଇ ଟେଷ୍ଟ୍ : ଭାରତ ଆଗରେ ୪୨୦ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ  : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ବିଶାଳ ୫୭୮ ରନ କରିଥିବା ଇଂଲାଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ  ୩୩୭ ରନ କରି ଅଲଆଉଟ ହୋଇଯାଇଥିବା ଭାରତ ଆଗରେ  ୪୨୦ ରନର ବିଜୟ ଲକ୍ଷ୍ୟ ରହିଛି ।

୪୨୦ ରନର ବିଜୟ ଲକ୍ଷ୍ୟ ପାଇଁ ଖେଳୁଥିବା ଭାରତ ୪ର୍ଥ ଦିନର ଷ୍ଟମ୍ସ ଅପସାରଣ ବେଳକୁ ଗୋଟିଏ ଓ୍ବିକେଟ ହରାଇ ୩୯ ରନ କରିଛି । ଓପନର ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମାତ୍ର ୧୨ ରନ କରି ଜ୍ୟାକ୍ ଲିକଙ୍କ ବଲରେ ଆଉଟ ହୋଇଛନ୍ତି । କ୍ରିଜରେ ଏବେ ଶୁଭମନ ଗିଲ ଓ ଚେତେଶ୍ବର ପୂଜାରା ଅଛନ୍ତି ।

ଇଂଲାଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୭୮ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନର ଆର.ଅଶ୍ବୀନଙ୍କ ବଲର ସମ୍ମୁଖୀନ ହୋଇପାରିନଥିଲେ । ଅଶ୍ବୀନ ୬୧ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ । ତେବେ ପ୍ରଥମ ଇଂନିସରେ ଦ୍ବିଶତକ ମାରିଥିବା ଜୋ ରୁଟ ସର୍ବାଧିକ ୪୦ ରନ କରିଥିଲେ ।

ମ୍ୟାଚର ୫ମ ଦିନରେ ଭାରତ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୯ଟି ଓ୍ବିକେଟ ଅଛି ।

ସମ୍ବନ୍ଧିତ ଖବର