ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଛା ଯାଇଥିବା ନୂଆ ଟର୍ଫକୁ ନେଇ ଏବେ ବି ଶଙ୍କା ରହିଛି। ଟର୍ଫ ପୂରା ବିଶ୍ବକପ୍ ଉପଯୋଗୀ ହୋଇ ନଥିବା ଭାରତୀୟ ହକି ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ ମଧ୍ୟ ସ୍ବୀକାର କରିଛନ୍ତି। ତେବେ ସମୟକ୍ରମେ ଏହା ଠିକ୍ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନୂଆ ଟର୍ଫ ବିଛାହେଲା ବେଳେ ଏଥିରେ ଅଧିକ ମହମ ଥାଏ ବୋଲି ସମସ୍ତେ ଜାଣନ୍ତି। ଏବେ ଟର୍ଫର କିଛି କିଛି ସ୍ଥାନ ଟିକିଏ ଉଠିକି ରହିଛି। ଏଥିରେ ଯେତେ ଅଧିକ ଖେଳ, ଏହା ସେତେ ଭଲ ହୋଇ ଚାଲିବ। ଆମେ ଗତ ୨୦ ଦିନ ହେବ ଏଥିରେ ଅଭ୍ୟାସ କରୁଥିଲୁ। କ୍ରୀଡ଼ା ଛାତ୍ରାବାସ ପିଲା ମଧ୍ୟ ଖେଳୁଛନ୍ତି । ବିଶ୍ବକପ୍ ବେଳକୁ ଏହା ପୂରା ଠିକ୍ େହାଇଯିବ ବୋଲି ମୁଁ ଭାବୁଥିବା ହରେନ୍ଦ୍ର ଆଜି କହିଛନ୍ତି।
ସୋମବାର ମସ୍କଟ ଅଭିମୁଖେ ଯାତ୍ରା
ଓମାନର ମସ୍କଟରେ ଚଳିତ ମାସ ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଲାଗି ସୋମବାର ଭାରତୀୟ ଦଳ ସେଠାକୁ ଯାତ୍ରା କରିବ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ହକି ପ୍ରଶିକ୍ଷଣ ଶିବିର ଅବସରରେ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ସହ ଆୟୋଜକ ଓମାନ, ମାଲେସିଆ, ପାକିସ୍ତାନ, ଦକ୍ଷିଣ କୋରିଆ ଓ ଜାପାନ ଅଂଶଗ୍ରହଣ କରିବେ। ଭାରତ ୧୮ ତାରିଖରେ ଓମାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।
ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କୁ ଯୋଡ଼ିବା ପ୍ରୟାସ
ସାମଜିକ ଗଣମାଧ୍ୟମ ଅନୁଗାମୀ ଓ ହକି ପ୍ରଶଂସକଙ୍କ ମଧ୍ୟରେ ବିଶ୍ବକପକୁ ନେଇ ସୃଷ୍ଟି ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହାକୁୁ ଆଖି ଆଗରେ ରଖି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏକ ନିଆରା ସାମାଜିକ ଗଣମାଧ୍ୟମ ପ୍ରତିଯୋଗିତା ଆରମ୍ଭ କରିଛି। ଏଥିରେ ଭାରତୀୟ ଖେଳାଳିଙ୍କ ସ୍ବାକ୍ଷର ଥିବା ହକି ଷ୍ଟିକ୍ ଜିତିବାର ସୁଯୋଗ ରହିବ। ସମସ୍ତ ପ୍ରକାର ସାମାଜିକ ଗଣମାଧ୍ୟମ ଯଥା ଫେସବୁକ, ଟ୍ବିଟର ଏବଂ ଇନଷ୍ଟାଗ୍ରାମ୍ ଆଦିରେ ଏହାକୁ ଖେଳିପାରିବେ। ହକି ପ୍ରେମୀ ଓଡ଼ିଶା ପୁରୁଷ ବିଶ୍ବକପ୍ ଭୁବନେଶ୍ବର ୨୦୧୮ (odisha hockey mens world cup 2018)ର ଅଫିସିଆଲ୍ ପେଜ୍କୁ ଯାଇ ନିଜ ନିଜର ଏଣ୍ଟ୍ରି ପଠାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/AKS_9456.jpg)