ବିଶ୍ବ ଟେଷ୍ଟ ଚାମ୍ପିଅନସିପ : ଭାରତ ଆଗରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଲଣ୍ଡନ : ବିଶ୍ବ ଟେଷ୍ଟ ଚାମ୍ପିଅନ ହେବାକୁ ହେଲେ ଭାରତକୁ ନିଜର ୨ୟ ଇନିଂସରେ ୪୪୪ ରନ କରିବାକୁ ହେବ । ହାତରେ ରହିଛି ଦେଢ ଦିନ ।

ଶନିବାର ଥିଲା ଫାଇନାଲ ଟେଷ୍ଟ ମ୍ୟାଚର ୪ର୍ଥ ଦିନ । ଏହି ଦିନ ଅଷ୍ଟ୍ରେଲିଆ ନିଜର ଗତ କାଲିର ସ୍କୋର ୧୨୩/ ୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଆଜର ଖେଳ ଆରମ୍ଭରୁ ମାର୍ନସ ଲାବୁସାନ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । କାମେରୁନ ଗ୍ରୀନ ୨୫ରନ କରି ଆଉଟ ହୋଇଥିଲେ । ତେବେ ଆଲେକ୍ସ କେରି ଓ ମିଚେଲ ଷ୍ଟାର୍କ ଏକ ବଡ଼ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲେ । ପରେ ଦଳ ୨୭୦ ରନରେ ନିଜର ପା​ଳି ସମାପ୍ତି ଘୋଷଣା କରିଥିଲେ । ସେତେବେଳେକୁ କେରି ୬୬ ରନ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୩ ରନରେ ଆଗୁଆ ଥିଲା । ଫଳରେ ଭାରତ ଆଗରେ ମୋଟ ୪୪୪ ରନର ଲକ୍ଷ୍ୟ ରହିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି, ଉମେଶ ଯାଦବ ଓ ମହମ୍ମଦ ସମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜୟ ୨ୟ ଇନିଂସରେ କୌଣସି ଓ୍ବିକେଟ ନହରାଇ ୨୩ରନ କରିଛି । କ୍ରିଜରେ ରୋହିତ ଶର୍ମା ଓ ଶୁଭମନ ଗିଲ ଅଛନ୍ତି ।

ସମ୍ବନ୍ଧିତ ଖବର