ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୪୮ତମ ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତାର ଚତୁର୍ଥ ଦିନରେ ପାଞ୍ଚଟି ଜାତୀୟ କୀର୍ତ୍ତିମାନ ସ୍ଥାପିତ ହୋଇଛି। ୧୫ରୁ ୧୭ ବର୍ଷ ମହିଳା ୮୦୦ ମିଟର ଫ୍ରି-ଷ୍ଟାଇଲରେ ତେଲେଙ୍ଗାନାର ଭ୍ରିତି ଅଗ୍ରୱାଲ (୯:୧୦,୩୨) ମହାରାଷ୍ଟ୍ରର ଆକାଂକ୍ଷା ଭୋରା (୯:୧୪.୦୪)ଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ସେହିଭଳି ମହିଳା ୨୦୦ ମିଟର ମେଡ୍ଲିରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିସ୍ ମଧ୍ୟ ନୂଆ ଜାତୀୟ କୀର୍ତ୍ତିମାନ କରିଥିଲେ। ଏହି ବର୍ଗରେ ସେ ନିନେ ନିଜକୁ ଟପିଥିଲେ। ୧୨ରୁ ୧୪ ବର୍ଷ ବାଳିକାର ୨୦୦ ମିଟର ମେଡ୍ଲିରେ କର୍ଣ୍ଣାଟକର ମାନବୀ ବର୍ମା, ୧୫ରୁ ୧୭ ବର୍ଷ ବୟସ ବର୍ଗର ମହିଳା ୫୦ ମିଟର ବଟରଫ୍ଲାଏରେ କର୍ଣ୍ଣାଟକର ନିନା ଭେଙ୍କଟେଶ ଏବଂ ୧୨ରୁ ୧୪ ବର୍ଷ ବୟସ ବର୍ଗରେ ସେହି କର୍ଣ୍ଣାଟକର ଧିନିଧି ଦେଶିଙ୍ଘୁ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୧୬ ତରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହେବ। ମଙ୍ଗଳବାର ଚତୁର୍ଥ ଦିବସ ସୁଦ୍ଧା ସର୍ବାଧିକ ୬୨ ପଦକ ପାଇ କର୍ଣ୍ଣାଟକ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛି।
୪୮ତମ ଜାତୀୟ ଜଳକ୍ରୀଡ଼ା: ଚତୁର୍ଥ ଦିନରେ ୫ ଜାତୀୟ କୀର୍ତ୍ତିମାନ
/sambad/media/post_attachments/wp-content/uploads/2022/07/sf65h465hhfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)