ଡବ୍ଲିନ୍ (ଆୟର୍ଲାଣ୍ଡ୍): କାଣ୍ଟର ଫିଜ୍ଗେରାଲ୍ଡ ୨୧ ବର୍ଷରୁ କମ୍ ଚତୁଃରାଷ୍ଟ୍ରୀୟ ଆନ୍ତର୍ଜାତିକ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍ରେ ଭାରତ ୧-୦ ଗୋଲ୍ରେ ଆୟୋଜକ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ବିଜୟ ସୂଚକ ଗୋଲ୍ଟି ଗଗନଦୀପ କୌର ଦେଇଥିଲେ। ପ୍ରଥମାର୍ଧ ଗୋଲ୍ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧର ପ୍ରଥମ କ୍ବାର୍ଟର ଶେଷ ମିନିଟ୍ରେ ଗଗନଦୀପ (୪୫ ମିନିଟ୍) ଭାରତକୁ ଅଗ୍ରଣୀ ଦେଇଥିଲେ। ଆଉ କୌଣସି ଗୋଲ୍ ନହେବାରୁ ଭାରତ ଟ୍ରଫି କରାୟତ କରି ନେଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ କାନାଡାକୁ ୨-୦, ଆୟର୍ଲାଣ୍ଡ୍କୁ ୨-୧ ଏବଂ ସ୍କଟ୍ଲାଣ୍ଡକୁ ୨-୧ ଗୋଲ୍ରେ ହରାଇ ଭାରତ ଅପରାଜେୟ ସହ ଫାଇନାଲ୍ରେ ପ୍ରବେଶ କରିଥିଲା।
ଚତୁଃରାଷ୍ଟ୍ରୀୟ ହକି ଜିତିଲା ଭାରତ
/sambad/media/post_attachments/wp-content/uploads/2019/06/hokey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)