୪ ଦିନିଆ ଟେଷ୍ଟ୍‍, ଦୈନିକ ୯୮ ଓଭର୍‌

ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାେଓ୍ଵ ୨୬ରୁ

ଜୋହାନେସ୍‌ବର୍ଗ: ଅନ୍ତର୍ଜାତୀୟ କ୍ରିକେଟ୍‌ର ପ୍ରଥମ ପରୀକ୍ଷାମୂଳକ ୪ ଦିନିଆ ଟେଷ୍ଟ୍‍ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାେଓ୍ଵ ମଧ୍ୟରେ ଚଳିତ ଡିସେମ୍ବର ୨୬ରୁ ୨୯ ତାରିଖ ମଧ୍ୟରେ ଆୟୋଜିତ ହୋଇଛି। ପୋର୍ଟ ଏଲିଜାବେଥ୍‌ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍‍ ପ୍ରତ୍ୟେହ ଅନ୍ୟୁନ ୯୮ ଓଭର ବିଶିଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ୧୫୦ ରନ୍‌ ଅଗ୍ରଣୀ ଫଲୋଅନ୍‌ ପାଇଁ ଯଥେଷ୍ଟ ହେବ। ପ୍ରତି ଦିନ ଖେଳକୁ ସାଢ଼େ ୬ ଘଣ୍ଟା କରିବାକୁ ନିଷ୍ପତ୍ତି ହୋଇଛି। ୫ ଦିନିଆ ଟେଷ୍ଟ୍‍ରେ ଶେଷ ଦିନ ଶେଷ ଘଣ୍ଟାର ଖେଳ ୭୫ ଓଭରରୁ ଆରମ୍ଭ ହେଉଥିବାବେଳେ ଏଥି ପାଇଁ ୮୩ ଓଭର ଧାର୍ଯ୍ୟ ହୋଇଛି। ଏହି ଟେଷ୍ଟ୍‍ ମଧ୍ୟ ଦିବାରାତ୍ର ବିଶିଷ୍ଟ ହେବ। ଅକ୍ଟୋବର ମାସରେ ଆଇସିସି ଏହି ପ୍ରସ୍ତାବିକ ମ୍ୟାଚ୍‌କୁ ଟେଷ୍ଟ୍‍ ମାନ୍ୟତା ପ୍ରଦାନ କରିଥିଲା। ୨୦୧୯ ମସିହା ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ୪ ଦିନିକିଆ ଟେଷ୍ଟ ଖଳାଯିବ। ବିଶେଷ କରି ନିମ୍ନମାନ୍ୟତା ଦଳକୁ ଫାଇଦା ଦେବାକୁ ଏଭଳି କରାଯାଇଛି ବୋଲି ତତ୍‌କାଳୀନ ଆଇଇସିସି ମୁଖ୍ୟ ଡାଭ୍‌ ରିଚାର୍ଡସନ୍‌ କହିଥିଲେ। ସବୁ ଦେଶକୁ ଏଭଳି ଖେଳିବାକୁ ବାଧ୍ୟ କରାଯାଇନାହିଁ। ଭବିଷ୍ୟତରେ ଆୟର୍ଲାଣ୍ଡ୍‌, ଆଫଗାନିସ୍ତାନ ଏଭଳି ଟେଷ୍ଟ୍‍ର ଫାଇଦା ନେଇପାରିବେ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧିତ ଖବର