୪ ଓଡ଼ିଆ ଖେଳାଳିଙ୍କୁ ଏସିଆଡ୍‌ ଶୁଭକାମନା

ଭୁବନେଶ୍ୱର: ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜ୍ଜନ କରିଥିବା ୪ ଓଡ଼ିଆ ଖେଳାଳି ଦୂତି ଚାନ୍ଦ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‌ ଏବଂ ଋତୁପର୍ଣ୍ଣା ପଣ୍ଡାଙ୍କୁ ନୂଆଦିଲ୍ଲୀରେ ରବିବାର କିଟ୍‌ ଏବଂ କିସ୍‌ ପକ୍ଷରୁ ଶୁଭକାମନା ପ୍ରଦାନ କରାଯାଇଛି। ଏହି ୪ ମହିଳା ଖେଳାଳି କିସ୍‌ ଏବଂ କିଟ୍‌ର ଛାତ୍ରୀ। ଦୂତି ୧୦୦ ଓ ୨୦୦ ମିଟର ଦୌଡ଼, ଜଉନା ୪୦୦ ମିଟର ବାଧାଦୌଡ଼, ପୂର୍ଣ୍ଣିମା ହେପ୍ଟାଥଲନ୍‌ ଏବଂ ଋତୁପର୍ଣ୍ଣା ବ୍ୟାଡ୍‌ମିଣ୍ଟନ୍‌ରେ ଭାଗନେବେ। ବହୁ ଖେଳାଳି ଏବଂ ପ୍ରଶାସକଙ୍କ ଗହଣରେ ଅନୁଷ୍ଠିତ ଶୁଭେଚ୍ଛା ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ, କେନ୍ଦ୍ର କ୍ରୀଡ଼ା ଯୁବ ବ୍ୟାପାର ଯୁଗ୍ମ ସଚିବ ଅସିତ ସିଂହ, କେଭିଏସ୍‌ କମିସନର ସନ୍ତୋଷ କୁମାର ମଲ୍ଲ, ବଲିଭିଆ ଦୂତ ସର୍ଜିଓ ଏରିସ୍ପି ବାରିଏଣ୍ଟୋଙ୍କ ସମେତ ବିଭିନ୍ନ କ୍ରୀଡ଼ା ସଂଘ ମୁଖ୍ୟ ଏବଂ ୫୦୦ରୁ ଉର୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର