ଚତୁର୍ଥ ଫାଇନାଲ, ଚତୁର୍ଥ ମୁକୁଟ ଆଶା

ହାଇଦ୍ରାବାଦ: ରବିବାର ହାଇଦ୍ରାବାଦର ଉପ୍ପଲସ୍ଥିତ ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଆଇପିଏଲ୍-୧୨ର ଫାଇନାଲ୍ ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଖେଳାଯିବ। ଉଭୟ ଦଳ ପୂର୍ବରୁ ୩ ଥର ଲେଖାଏଁ ଟ୍ରଫି ଜିତି ସାରିଥିବାରୁ ଚତୁର୍ଥ ମୁକୁଟ ଲକ୍ଷ୍ୟରେ ରହିବେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ। ପୂର୍ବରୁ ୩ ଥର ଫାଇନାଲରେ ମୁହାଁମୁହିଁ ହୋଇଥିବାରୁ ଚତୁର୍ଥ ଥର ମଧ୍ୟ ଟାଇଟଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହେବେ ଏହି ଦୁଇ ଦଳ। ଫାଇନାଲ୍ ଲଢ଼େଇରେ କିନ୍ତୁ ରୋହିତ ୨ ଥର ବିଜେତା ରହିଛନ୍ତି। ସେହିଭଳି ଚଳିତ ଋତୁରେ ୩ ଥର ମୁକାବିଲା କରି ପ୍ରତି ଥର ଜିତିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ ଏହାକୁ ୪-୦ରେ ରଖି ଚତୁର୍ଥ ଥର ଟ୍ରଫି ଜିତୁ ବୋଲି ଆଶା ବାନ୍ଧିଛନ୍ତି।

ଚେନ୍ନାଇ ସୁପର୍ କିଙ୍ଗସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସେନ୍ ୱାଟସନ୍, ଫାପ ଡୁ ପ୍ଲେସିସ, ମୁରଲୀ ବିଜୟ, ରବୀନ୍ଦ୍ର ଜାଦେଜା, ଧୃବ ସୋରେ, ଚୈତନ୍ୟ ବିଶୋଇ, ଋତୁରାଜ ଗାଏକ୍ବାଡ, ଡ୍ବାନ୍ ବ୍ରାଭୋ, କର୍ନ ଶର୍ମା, ଇମ୍ରାନ ତାହିର, ହରଭଜନ ସିଂହ, ମିଚେଲ୍ ସାଣ୍ଟନର୍, ସାର୍ଦୁଲ ଠାକୁର, ମୋହିତ ଶର୍ମା, କେଏମ୍‌ ଅସିଫ, ଦୀପକ ଚହର, ଏନ ଜଗଦୀଶାନ, ସ୍କଟ କଗଲିନ୍।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ମିଚେଲ୍ ମ୍ୟାକ୍ଲିନାଘନ, ମୟଙ୍କ ମାର୍କଣ୍ଡ, ରାହୁଲ ଚହର, ଯଶପ୍ରୀତ୍ ବୁମରା, ଅନମୋଲପ୍ରୀତ୍ ସିଂହ, ସିଦେଶ ଲାଡ୍‌, ଅନୁକୂଳ ରୟ, ଏଭିନ ଲୁଇସ୍, ପଙ୍କଜ ଜୟସ୍ବାଲ, ବେନ୍ କଟିଂ, ଈଶାନ କିଷନ, ଆଦିତ୍ୟ ତାରେ, ରସିକ ସଲାମ, ବରିନ୍ଦର ସ୍ରନ, ଜୟନ୍ତ ଯାଦବ, ବିଉରନ୍‌ ହେଣ୍ଡ୍ରିକ୍ସ ଏବଂ ଲସିଥ୍ ମାଲିଙ୍ଗା।

ସମ୍ବନ୍ଧିତ ଖବର