ହାମିଲଟନ: ଟିମ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ଭାରତ ଜାନୁଆରି ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ର୍ଥ ଦିନିକିଆ ଖେଳିବ। ପାଂଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲା ହାମିଲଟନର ସେଡାନ ପାର୍କରେ ଖେଳାଯିବ । ନ୍ୟୁଜିଲାଣ୍ଡରେ ଭାରତ ଚଳିତ ଦିନିକିଆ ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ଥିବା ସହିତ ଶୃଙ୍ଖଳାକୁ ଐତିହାସିକ ବିଜୟ ହାସଲ କରିସାରିଛି। ଓପରନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିରୋଧରେ ମ୍ୟାଚ ଖେଳିବ। ବିରାଟା କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଶୁଭମନ ଗିଲ ପଡ଼ଇାକୁ ଓହ୍ଲାଇବେ। ଶୃଙ୍ଖଳା ହାତଛଡ଼ା କରିଥିବା ନ୍ୟୁଜିଲାଣ୍ଡ ଅନ୍ତିମ ୨ଟି ମ୍ୟାଚ ଆତ୍ମସମ୍ମାନ ପାଇଁ ଖେଳିବ। ପୂର୍ବରୁ ନ୍ୟୁଜିଲାଣ୍ଡ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ଏଭଳି ଦୟନୀୟ ଅବସ୍ଥାରେ କେବେ ବି ପରାଜିତ ହୋଇ ନଥିଲା।
/sambad/media/post_attachments/wp-content/uploads/2019/01/indian-team-1.jpg)
ଇତିହାସ ପୃଷ୍ଠା ଦେଖିଲେ ସେଡାନ ପାର୍କରେ ଭାରତର ରେକର୍ଡ ସେତ ଭଲ ନୁହେଁ । ଏହି ଷ୍ଟାଡିୟମରେ ଟିମଇଣ୍ଡିଆ ୯ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୩ଟିରେ ବିଜୟୀ ହୋଇଛି। ହାମିଲଟନରେ ଭାରତ ପ୍ରଥମ ମ୍ୟାଚ ୧୯୯୨ରେ ଜିମ୍ବାୱେ ବିରୋଧରେ ୫୫ ରନରେ ବିଜୟୀ ହୋଇଥିଲା। ସେହିପରି ୨୦୦୯ରେ ଭାରତ ଏଠାରେ ନ୍ୟୁଜିଲାଣ୍ଡକୁ ୮୪ ରନରେ ଓ ୨୦୧୫ରେ ଆୟରଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା
ସେଡାନପାର୍କ, ହାମିଲଟନ ରେକର୍ଡ
-ଆୟୋଜକ ନ୍ୟୁଜିଲାଣ୍ଡ ହାମିଲଟନରେ ମୋଟ ୨୮ଟି ମ୍ୟାଚ ଖେଳିଛି, ଏଥିରୁ ୧୯ଟିରେ ବିଜୟୀ ହୋଇଛି।
-ହାମିଲଟନର ସେଡାନ ପାର୍କରେ ଭାରତ ୬ଟି ମ୍ୟାଚ ଖେଳିଥିବା ବେଳେ ୩ଟି ମ୍ୟାଚ ଜିତିଛି।
-ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହାମିଲଟନରେ ୫ଟି ମ୍ୟାଚ ଖେଳାଯାଇଥିବା ବେଳ ଭାରତ ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ବେଳେ ୪ଟି ହାରିଛି।
-ଏହି ପଡ଼ିଆର ସର୍ବନିମ୍ନ ସ୍କୋର ହେଉଛି ୧୨୨ ରନ, ଯାହାକି ଭାରତ ନାଁରେ ରହିଛି ବର୍ଷ ୨୦୦୩ରେ ଭାରତନ ଏହି ରନ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲା।
-୨୦୧୪ରେ ଘରୋଇ ନ୍ୟୁଜିଲାଣ୍ଡ ବିରୋଧରେ ୱେଷ୍ଟଇଣ୍ଡିଜ ଏଠାରେ ୪ ୱିକେଟ ହରାଇ ସର୍ବାଧିକ ୩୬୩ ରନ କରିଥିଲା ସେହି ମ୍ୟାଚରେ ନ୍ୟୁଜିଲାଣ୍ଡ ୨୦୩ ରନରେ ପରାସ୍ତ ହୋଇଥିଲା।
/sambad/media/post_attachments/wp-content/uploads/2019/01/hamilton.jpg)
-ଏହି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି ଏହା ୨୦୦୮ର ଘଟଣା।
-ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ ରସ ଟେଲରଙ୍କ ଏହି ପଡ଼ିଆରେ ସବୁଠାରୁ ଭଲ ଅଭିଜ୍ଞତା ରହିଛି। ଏଠାରେ ସେ ୧୭ଟି ମ୍ୟାଚ ଖେଳି ୭୨୫ ରନ ସଂଗ୍ରହ କରିଛନ୍ତିି। ଟେଲର ହାମିଲଟନରେ ୩ଟି ଶତକ ମାରିଛନ୍ତି।
-ଭାରତ ପାଇଁ ବୀରେନ୍ଦ୍ର ସେହେୱାଗ ଓ ଶିଖର ଧାୱନ ମଧ୍ୟ ଏଠାରେ ଶତକ ହାସଲ କରିଛନ୍ତି।
-ଅଷ୍ଟ୍ରେଲିଆର ମ୍ୟାଥୁ ହେଡେନ ସେଡାନପାର୍କରେ ୨୦୦୭ରେ ସର୍ବାଧିକ ୧୮୧ ରନ କରି କରିଥିଲେ।
-ନ୍ୟୁଜିଲାଣ୍ଡର ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ ସାଉଦୀ ଏହି ଷ୍ଟାଡିୟମରେ ୧୩-୧୩ ୱିକେଟ ନେଇଥିବା ବେଳେ ଭାରତର ବୋଲର ମହମ୍ମଦ ସାମି ୭ଟି ୱିକେଟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/30Rohit.jpeg)