ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ର ଦ୍ୱିତୀୟ ଦିନ: ୩୬୯ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌-ଆଉଟ୍‌

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସ୍‌ବେନ୍‌ର ଗ୍ୟାବାରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା  ୩୬୯ ରନ୍‌ ସଂଗ୍ରହ କରି ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ଆଉଟ୍‌ ହୋଇଯାଇଛନ୍ତି।

୧୧ ରନ୍‌ କରିଥିବା ଜୋସ୍‌ ହେଜଲ୍‌ଉଡ୍‌ସ୍‌ଙ୍କୁ ଭାରତୀୟ ବୋଲର୍‌ ଟି. ନଟରାଜନ୍‌ ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆର ଶେଷ ଉଇକେଟ୍‌ର ପତ୍ତନ ଘଟିଥିଲା। ଆଜି ସକାଳେ ସମୁଦାୟ ୯୪ ରନ୍‌ ବିନିମୟରେ ଟିମ୍‌ ଇଣ୍ଡିଆ ୫ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ପ୍ରଥମ ଇନିଙ୍ଗ୍‌ସ୍‌ରେ ଅଷ୍ଟ୍ରେଲିଆ ଖେଳାଳିମାନେ ୧୧୫.୨ ଓଭର୍‌ ଖେଳିଛନ୍ତି।

Image Courtesy of Hindustan Times

ଏହା ପରେ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌ ଓପେନର୍‌ ଭାବେ ଭାରତର ଇନିଙ୍ଗ୍‌ସ୍‌ ଆରମ୍ଭ କରିଥିଲେ। ସଦ୍ୟତମ ସୂଚନା ଅନୁସାରେ, ୭ ରନ୍‌ କରି ଶୁଭମ୍‌ ଗିଲ୍‌ ପ୍ୟାଟ୍‌ କ୍ୟୁମିନ୍‌ସ୍‌ଙ୍କଦ୍ୱାରା ଆଉଟ୍‌ ହୋଇଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟିଙ୍ଗ୍‌ କରୁଛନ୍ତି ଚେତେଶ୍ୱର ପୂଜାରା। ରୋହିତ ଶର୍ମା ୯ ରନ୍‌ କରି ଖେଳୁଛନ୍ତି।

ଏପର୍ଯ୍ୟନ୍ତ ୮.୨ ଓଭର୍‌ ଖେଳି ୧ ଓ୍ଵିକେଟ୍‌ ବିନିମୟରେ ଭାରତ ୧୭ ରନ୍‌ କରିଛି।

ସମ୍ବନ୍ଧିତ ଖବର