ଚତୁର୍ଥ ମହିଳା ଟ୍ବେଣ୍ଟି-୨୦: ଭାରତକୁ ସ୍ପିନର ଜିତାଇଲେ

ଗୟନା: ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ‌୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଜୟଧାରା ଜାରି ରଖିଛି। ପ୍ରଥମ ମ୍ୟାଚ୍‌କୁ ୮୪ ରନ୍‌, ଦ୍ବିତୀୟକୁ ୧୦ ୱିକେଟ୍‌ ଏବଂ ତୃତୀୟକୁ ୭ ୱିକେଟ୍‌ରେ ଜିତିଥିବା ଭାରତ ଚତୁର୍ଥ ମ୍ୟାଚ୍‌କୁ ୫ ରନ୍‌ରେ ଜିତିନେଇଛି। ଫଳରେ ‌ଇଣ୍ଡିଜ୍‌ ବିପକ୍ଷ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ୪-୦ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ୨୧ ତାରିଖରେ ଖେଲାଯିବ।

ସୋମବାର ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଟ୍ବେଣ୍ଟି-୨୦ରେ ଭାରତର ବିଜୟର ଶ୍ରେୟ ସ୍ପିନର୍‌ଙ୍କ ନିକଟକୁ ଯାଇଥିଲା। ବର୍ଷା ‌ଯୋଗୁଁ ୯ ଓଭରିଆ ଖେଳାଯାଇଥିବ‌ା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍‌ ହରାଇ ୫୦ ରନ୍‌ କରିଥିଲା। ପୂଜା ବସ୍ତ୍ରକାର ୧୦ କେବଳ ଦୁଇ ଅଙ୍କ ଛୁଇଁଥିଲା ବେଳେ ତନୟା ଭାଟିଆ ୮* ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ଥିଲେ। ଇଣ୍ଡିଜ୍‌ ପକ୍ଷରୁ ହାଲି ମାଥ୍ୟୁସ ୩ ଓ୍ବିକେଟ୍‌ ନେଇଥିଲେ। ଜବାବରେ ଭାରତୀୟ ସ୍ପିନର୍‌ଙ୍କ ମାପଚୁପ ବୋଲିଂ ଯୋଗୁଁ ଇଣ୍ଡିଜ୍‌ ୫ ୱିକେଟ୍‌ ହରାଇ ୪୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପରାଜୟ ସତ୍ବେ ଇଣ୍ଡିଜ୍‌ ବୋଲର ମାଥ୍ୟୁସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର