୫ ପ୍ରମୁଖ ଆଥ୍‌ଲେଟ୍‌ ଡୋପ୍‌ ପରୀକ୍ଷାରେ ବିଫଳ

ବେଙ୍ଗାଲୁରୁ: ଡୋପ୍‌ କଳଙ୍କ ଭଳି ଲଜ୍ଜାକର ଘଟଣାରେ ଭାରତୀୟ ଆଥ୍‌ଲେଟ୍‌ମାନଙ୍କ ଯୋଡ଼ିହେବା ଧାରା ବଜାୟ ରହିଛି। ଦେଶର ୫ ପ୍ରମୁଖ ଆଥ୍‌ଲେଟ୍‌ ଏବେ ଡୋପ୍‌ (ନିଷିଦ୍ଧ ଔଷଧ ସେବନ) ପରୀକ୍ଷାରେ ବିଫଳ ହେବା ଏହି ଧାରାକୁ ଲମ୍ବାଇଛି। ବିଶ୍ବ ‌ଦୌଡ଼କୁଦ ସଂଘ (ଆଇଏଏଏଫ୍‌)ର ଆଥ୍‌ଲେଟିକ୍‌ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ବାରା ପରିଚାଳିତ ଡୋପ୍‌ ପରୀକ୍ଷାରେ ୪୦୦ ମିଟର ଧାବିକା ନିର୍ମଳା ସୋରେନ୍‌, ୫୦୦୦ ଓ ୧୦,୦୦୦ ମିଟର ଧାବିକା ସଞ୍ଜିବିନୀ ଯାଦବ, ଡିସ୍‌କସ୍‌ ଫିଙ୍ଗାଳି ସନ୍ଦୀପ କୁମାରୀ, ୧୫୦୦ ମିଟର ଧାବିକା ଝୁମା ଖତୁନ୍‌ଙ୍କ ସହିତ ଏକମାତ୍ର ପୁରୁଷ ଭାବେ ସଟ୍‌ପୁଟର୍‌ ନବୀନ ଚିକାରା ବିଫଳ ହୋ‌ଇଛନ୍ତି। ଏମାନଙ୍କ ମଧ୍ୟରୁ ନିର୍ମଳା, ସଞ୍ଜିବିନୀ ଓ ସନ୍ଦୀପ ଚଳିତ ବର୍ଷ ଜାକର୍ତା ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର